ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରସ୍ଥିତ ମା’ ବୈଷ୍ଣୌ ଦେବୀଙ୍କ ମନ୍ଦିରକୁ ଦୈନିକ ୫୦,୦୦୦ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା କରି ପାରିବେ ନାହିଁ ବୋଲି ସୋମବାର ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନଲ (ଏନ୍ଜିଟି) ନେଇଛନ୍ତି। ଏନ୍ଜିଟି ଆଦେଶ ମୁତାବିକ ଯଦି ଶ୍ରଦ୍ଧାଳୁ ଅଧିକ ହୋଇ ଯାଆନ୍ତି ତେବେ ସେମାନଙ୍କୁ ଅର୍ଧକୁମାରି ଠାରେ ଅଟକାଇ ଦିଆଯିବ ଏବଂ ତା’ପରଦିନ ସେମାନଙ୍କୁ ମା’ ବୈଷ୍ଣୌ ଦେବୀଙ୍କ ଦର୍ଶନ ପାଇଁ ପଠାଯିବ।
ମା’ ବୈଷ୍ଣୌ ଦେବୀଙ୍କ ପୀଠରେ ୫୦,୦୦୦ଲୋକଙ୍କ କ୍ଷମତା ରହିଛି। ଏହାଠାରୁ ଅଧିକ ଲୋକ ଯିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ଏନ୍ଜିଟି ଏହା ଉପରେ ଅଙ୍କୁଶ ଲଗାଇଛି। ତେବେ ମନ୍ଦିର ପରିସରରେ ଚାଲୁଥିବା ନୂତନ ନିର୍ମାଣ କାର୍ଯ୍ୟକୁ ବି କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏହି ନିର୍ଦ୍ଦେଶ କେତେଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଏଯାବତ ଜାରି କରାଯାଇ ନାହିଁ। ବୈଷ୍ଣୌ ଦେବୀରେ ଅନେକ ସମୟରେ ଭୂସ୍ଖଳନ ହେତୁ ଦୁର୍ଘଟଣା ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ସଚେତନା ଅବଲମ୍ବନ ମଧ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/8b43ef2e81c8ddcf0ace182bfccabb9b_342_660.jpg)