ଆଜି ଠାରୁ ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି

ନୂଆଦିଲ୍ଲୀ: ଆଜିଠାରୁ ସୁପ୍ରିମ କୋର୍ଟରେ ଅଯୋଧ୍ୟାର ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି ହେବ। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଅବଦୁଲ ନଜୀରଙ୍କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ପ୍ରତିଦିନ ଅଯୋଧ୍ୟା ମାମଲା ନେଇ ସର୍ବାଚ୍ଚ ନ୍ୟାୟାଳୟର ଏହି ଗୁରୁତ୍ୱପୂର୍ଣ୍ଣ ବେଞ୍ଚ ୩ ଘଣ୍ଟା ଶୁଣାଣିି କରିବେ। ୧୬୪ ବର୍ଷର ବିବାଦର ସମାଧାନ ବିଶେଷକରି ବିବାଦୀୟ ଜମିର ମାଲିକାନା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ଆରମ୍ଭ କରିବେ। ଗତବର୍ଷ ସେପ୍ଟମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ସ୍ୱତନ୍ତ୍ର ବେଞ୍ଚ ୨୦୧୮ ଫେବ୍ରୁଆରି ମାସ ୮ ତାରିଖରୁ ଏହି ମାମଲାର ପ୍ରତ୍ୟେହ ଶୁଣାଣି ହେବ ବୋଳି ସବୁ ପକ୍ଷଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୮ ତାରିଖରୁ ଅଯୋଧ୍ୟା ବିବାଦର ପ୍ରତ୍ୟେହ ଶୁଣାରି ହେବ ବୋଲି ପୂର୍ବରୁ ସବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଥିଲା। ତେବେ ଏ ନେଇ ସୁପ୍ରିମ କୋର୍ଟରେ ପାର୍ସି, ସଂସ୍କୃତ,ପାଲି, ଆରବୀ ଭାଷାରେ ଲିଖିତ ଦସ୍ତାବିଜ୍‌ ଗୁଡ଼ିକର ଇଂରାଜୀ ଅନୁବାଦ ପାଇଁ ସୁନ୍ନୀ ଓ୍ଵକ୍‌ଫ ବୋର୍ଡ ସର୍ବୋଚ୍ଚ ନ୍ୟାୟାଳୟରେ ଅର୍ଜି ଦାଖଲ କରିଥିଲା। ଏହି କ୍ରମରେ ୯ ହଜାର ପୃଷ୍ଠାର ଦସ୍ତାବିଜର ଅନୁବାଦ ମଧ୍ୟ ସରିଛି। ତେଣୁ ପ୍ରତିଦିନ ଶୁଣାଣି କରି ୩୦ଟି କାର୍ଯ୍ୟ ଦିବସରେ ସମସ୍ତ ପକ୍ଷଙ୍କୁ ଶୁଣାଣି କରିବା ପାଇଁ ସ;ର୍ବ
ାଚ୍ଚ ନ୍ୟାୟଳୟ ଲକ୍ଷ୍ୟ କରିଛନ୍ତି। ମେ ମାସରେ ଗ୍ରୀଷ୍ମ୍ମାବକାଶ ପୂର୍ବରୁ ଏହି ମାମଲାରେ କୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣାଣି କରି ରାୟ ସଂରକ୍ଷିତ କରି ପାରନ୍ତି ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ୩ ଆବେଦନକାରୀଙ୍କ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହବିରୋଧରେ ହିନ୍ଦୁ ମହାସଭା ଓ ସୁନ୍ନୀ ସେଣ୍ଟ୍ରାଲ ଓ୍ଵକଫ ବୋର୍ଡ ସମେତ ମୋଟ ୧୬ ଜଣ ପକ୍ଷଭୁକ୍ତ ହୋଇ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରିଥିଲେ।

ସମ୍ବନ୍ଧିତ ଖବର