ନୂଆଦିଲ୍ଲୀ,୬/୪ : ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ୫ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ୫,୩୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବୁଧବାର ଦିନ ଦେଶରେ ସଂକ୍ରମଣ ୪,୪୩୫ ଥିବାବେଳେ ଆଜି ୫ ହଜାର ଟପିଯାଇଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲା ୬ ମାସରେ ସର୍ବାଧିକ। ଦେଶରେ ସକ୍ରିୟ ସଂକ୍ରମଣ ମାମଲା ଆଜି ୨୫,୫୮୭ରେ ପହଞ୍ଚିବା ମଧ୍ୟ ଚିନ୍ତାର କାରଣ ହୋଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୩.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୭୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୨,୮୨୬ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୮୨,୫୩୮ରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ୯୮.୭୫ ପ୍ରତିଶତ। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପୁଡ଼ୁଚେରୀ ଏବଂ ରାଜସ୍ଥାନରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୪ଟି କରୋନା ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି। ୨୪ ଘଣ୍ଟାରେ ୧୩ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୯୨୯ରେ ପହଞ୍ଚିଛି। ତେବେ ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବେ। ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏହି ବୈଠକ କରାଯିବ। ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭୀୟ ନିକଟରେ କହିଥିଲେ ଯେ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ।
ଦୈନିକ ସଂକ୍ରମଣ ୫ ହଜାର ଟପିଲା: ୬ ମାସରେ ସର୍ବାଧିକ, ରାଜ୍ୟମାନଙ୍କ ସହ କରୋନା ସମୀକ୍ଷା ବୈଠକ କରିବେ ମାଣ୍ଡଭିୟ
/sambad/media/post_attachments/wp-content/uploads/2023/03/corona-maharastra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)