ନୂଆଦିଲ୍ଲୀ: ସାଉଥ କୋରିଆର ସବୁଠାରୁ ବଡ଼ କମ୍ପାନି ଉପରେ ଅଭିଯୋଗ ଲାଗିଛି କି ତାଙ୍କ ବିଜ୍ଞାପନରେ ମହିଳାଙ୍କ ତୁଳନା ଗାଈଙ୍କ ସହିତ କରାଯାଇଛି। ଏହି ବିଜ୍ଞାପନ ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଘଟଣା ପରେ ଡାଏରି ଫାର୍ମକୁ ନିଜର ଏହି ବିଜ୍ଞାପନ ପାଇଁ କ୍ଷମା ମାଗିବାକୁ ପଡ଼ିଛି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ମହିଳାଙ୍କ ତୁଳନା ଗାଈ ସହିତ କରିଥିବା ଏକ ବିଜ୍ଞାପନ ପ୍ରସାରିତ ହେବା ପରେ ସାଉଥ କୋରିଆଇ ଡାଏରି ଫାର୍ମ ସିଓଲ ମିଲ୍କଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ସିଓଲ ମିଲ୍କ ଦେଶର ସବୁଠାରୁ ବଡ଼ ଦୁଗ୍ଧ କମ୍ପାନି ରହିଛି।

ସିଓଲ ମିଲ୍କ ୩୭ ସେକେଣ୍ଡର ବିଜ୍ଞାପନରେ , ଜଣେ ବ୍ୟକ୍ତି ଭିଡିଓ କ୍ୟାମେରା ସହିତ ଜଙ୍ଗଲରେ ସୁଟିଂ କରୁଛନ୍ତି। ସେ ଲୁଚିକି ମହିଳାମାନେ ଏକ ଜଳଧାରାରୁ ପାଣି ପିଉଥିବା ଦୃଶ୍ୟକୁ କ୍ୟାମେରାରେ କୈଦ କରୁଥିବା ନଜରକୁ ଆସିଛି। ଯେମିତି ହିଁ ବ୍ୟକ୍ତି ଜଣକ ଉକ୍ତ ମହିଳାମାନଙ୍କ ପାଖକୁ ଯାଉଛନ୍ତି, ସେଠାରେ ଉପସ୍ଥିତ ଥିବା ସମସ୍ତ ମହିଳା ଗାଈ ହୋଇଯାଉଛନ୍ତି।

ଏହି ବିଜ୍ଞାପନରେ ମହିଳା ସ୍ବଚ୍ଛ ପାଣି, ସବୁଜ ପତ୍ର, ପ୍ରାକୃତିକ ବାତାବରଣରେ ଥିବା ନଜର ଆସୁଛନ୍ତି। କିନ୍ତୁ କିଛି କ୍ଷଣ ମଧ୍ୟରେ ସେଠାରେ ଥିବା ସମସ୍ତ ମହିଳା ଗାଈ ହୋଇଯାଉଛନ୍ତି। ଏହାକୁ ନେଇ ସିୟୋଲ ମିଲ୍କ ଉପରେ ଅଭିଯୋଗ ହୋଇଛି।

ନିଜର କ୍ଷମା ପ୍ରାର୍ଥନାରେ ସିଓଲ ମିଲ୍କ କହିଛି ଯେ, ସିଓଲ ମିଲ୍କର ଅଧିକାରିକ ୟୁଟୁବ ଚ୍ୟାନେଲରେ ନଭେମ୍ବର ୨୯ ତାରିଖରେ ଅପଲୋଡ କରାଯାଇଥିବା କ୍ଷୀର ବିଜ୍ଞାପନ ଭିଡିଓ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିବା ସମସ୍ତ ଲୋକଙ୍କୁ କ୍ଷମା ମାଗୁଛୁ। ଆମେମାନେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଭବିଷ୍ୟତରେ ଯେପରି ଏପରି ଭୁଲ ନହୁଏ ସେଥିପ୍ରତି ଦୃଷ୍ଟି ଦେବୁ। ଏହି ବିଜ୍ଞାପନ ଯେଉଁମାନଙ୍କୁ କଷ୍ଟ ଦେଇଛି ସେମାନଙ୍କୁ କ୍ଷମା ମାଗୁଛୁ।

ବିଜ୍ଞାପନକୁ କମ୍ପାନି ନିଜର ଅଫିସିଆଲ ୟୁଟୁବ ଚାନେଲରୁ ହଟାଇ ଦେଇଛି।