ଓ୍ଵାସିଂଟନ : ଆମେରିକାରୁ ଭାରତ ପାଇଁ ଆଉ ଏକ ଖୁସି ଖବର । ଭାରତରେ ବିଭିନ୍ନ ଆତଙ୍କବାଦୀ କାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଥିବା ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ଅବଦୁଲ ରେହେମାନ ଅଲ-ଦଖିଲକୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ମାନ୍ୟତ ଦେଇଛି । ଏହା ସହିତ ଦଖିଲର ଦୁଇ ସହଯୋଗୀଙ୍କ ଉପରେ ମଧ୍ୟ କଟକଣା ଲଗାଇଛି ଆମେରିକା । ଏହି ଦୁଇଜଣ ହେଲେ ହମିଦ-ଉଲ-ହସନ ଓ ଅବଦୁଲ ଜବ୍ଦାର । ଏହି ଦୁଇଜଣ ଫଲାହ-ଏ-ଇନସାନିୟତ ନାମକ ସଂଗଠନ ଖୋଲି ଲସ୍କର ପାଇଁ ଅର୍ଥ ସଂଗ୍ରହ କରୁଥିଲେ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp