ଗହମ, ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ : ଗହଣ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତରଫରୁ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।

୨୦୨୦-୨୧ ରବି ଋତୁ ଲାଗି ମସୁରର କ୍ବିଣ୍ଟାଲ୍‌ ପିଛା ଏମ୍‌ଏସ୍‌ପିରେ ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି। କୁସୁମର ଏମ୍‌ଏସ୍‌ପି ୨୭୦ ଟଙ୍କା ଓ ଚଣାର ୨୫୫ ଟଙ୍କା ବୃଦ୍ଧି କରାଯାଇଛି। ଧଳା ସୋ‌ରିଷର ଏମ୍ଏସ୍‌ପି କିଣ୍ଟାଲ୍ ପ୍ରତି ୨୫୫ ଟଙ୍କା ବଢ଼ିଥିବା ବେଳେ ଗହମର ଏମ୍‌ଏସ୍‌ପି ୮୫ ଟଙ୍କା ବୃଦ୍ଧି ପାଇଛି। ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏମ୍ଏସ୍‌ପି ବୃଦ୍ଧି କରାଯିବା ପରେ କୁସୁମକୁ ବାଦ ଦେଲେ ଅନ୍ୟ ସବୁ ଫସଲ ଉପରେ ଚାଷୀମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ୫୦% ଅଧିକ ଅର୍ଥ ପାଇପାରିବେ। ଏମ୍‌ଏସ୍‌ପି ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗହମର କ୍ବିଣ୍ଟାଲ୍ ପିଛା ଏମ୍ଏସ୍‌ପି ୧୯୨୫ ଟଙ୍କା ହୋଇଛି। ସେହିପର ଯଅର ୧୫୨୫ ଟଙ୍କା, ଚଣାର ୪୮୭୫ ଟଙ୍କା, ମସୁରର ୪୮୦୦ ଟଙ୍କା, ଧଳା ସୋରିଷର ୪୪୨୫ ଟଙ୍କା ଏବଂ କୁସୁମର କ୍ବିଣ୍ଟାଲ୍ ପିଛା ଏମ୍ଏସ୍‌ପି ୫୨୧୫ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର