ନୂଆଦିଲ୍ଲୀ: ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଘୋଷଣାକୁ ନେଇ ଅନେକ ପ୍ରକାର ଗୁଜବ ଖବର ଘୁରି ବୁଲୁଛି। ଏଭଳି ଗୁଜବ ଖବରର ଦଲାଇ ଲାମା ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଦଲାଇ ଲାମା କହିଛନ୍ତି, ‘ମୁଁ ଲୋକଙ୍କ ସେବା କରିବା ପାଇଁ ଆହୁରି ୩୦-୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି।
କିଛି ଭବିଷ୍ୟବାଣୀକୁ ଯଦି ମୁଁ ଦୃଷ୍ଟି ଦେବି ତେବେ ଅନୁଭବ କରୁଛି ଯେ ଅବଲୋକିତେଶ୍ୱରଙ୍କ ଆଶୀର୍ବାଦ ମୋ ସହିତ ଅଛି। ମୁଁ ଏପର୍ଯ୍ୟନ୍ତ ମୋର ସର୍ବୋତ୍ତମ ଦେଇଛି। ମୁଁ ଆଶା କରୁଛି ଯେ ମୁଁ ଆହୁରି ଅନେକ ବର୍ଷ ବଞ୍ଚିବି। ଆପଣଙ୍କ ପ୍ରାର୍ଥନା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇଛି।ଆମେ ଆମର ଦେଶ ହରାଇ ଦେଇଛୁ । ଆମେ ଭାରତରେ ଆସି ରହୁଛୁ। ମୁଁ ଯଥାସମ୍ଭବ ଜୀବଜଗତଙ୍କୁ ଲାଭ ଏବଂ ସେବା ପ୍ରଦାନ କରିବାକୁ ଚାହୁଁଛି।'
ଦଲାଇ ଲାମା କିଛିଦିନ ପୂର୍ବରୁ କହିଥିଲେ ଯେ,‘ କେବଳ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଏକ ଟ୍ରଷ୍ଟ ହିଁ ତାଙ୍କର ଉତ୍ତରାଧିକାରୀ ନିଷ୍ପତ୍ତି ନେବାର ଅଧିକାର ପାଇବ।
ଦଲାଇ ଲାମାଙ୍କ ଏଭଳି ବିବୃତ୍ତିକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି,‘ ଯେ ସରକାର ସବୁବେଳେ ଭାରତରେ ସମସ୍ତଙ୍କ ପାଇଁ ଧାର୍ମିକ ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ଏହା ଆଗକୁ ମଧ୍ୟ ଜାରି ରଖିବ। ଭାରତ ସରକାର ଧର୍ମ ଏବଂ ଆସ୍ଥା ସମ୍ବନ୍ଧୀୟ ମାମଲାରେ କୌଣସି ପକ୍ଷ ଗ୍ରହଣ କରନ୍ତି ନାହିଁ କି ନିଜର ମତ ରଖନ୍ତି ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/06/twqeenw17-2025-07-06-19-21-23.jpg)