ନୂଆଦିଲ୍ଲୀ: ବିବାଦରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା । ସୋସିଆଲ ମିଡିଆରେ ଧର୍ମଗୁରୁଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାଦୀୟ ଭିଡିଓରେ ସେ ଜଣେ ଶିଶୁକୁ ସ୍ନେହରେ ଚୁମ୍ବନ ଦେବା ସହ ନିଜ ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ କହୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଟ୍ବିଟରରେ ଜୁଷ୍ଟ ବ୍ରୁକର୍ସ ନାମକ ଜଣେ ବ୍ୟବହାରକାରୀ ସେୟାର କରିବା ସହ ଧର୍ମଗୁରୁ ଦଲାଇ ଲାମାଙ୍କୁ ଏଭଳି କାହିଁକି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଜଣେ ଶିଶୁର ଓଠରେ ଚୁମ୍ବନ ଦେଇ ତାକୁ ଗେଲ କରୁଛନ୍ତି। ଏହା ପରେ ସେ ଜିଭ ଦେଖାଇ ଶିଶୁ ଆଡକୁ ନିଜ ମୁହଁ ନେଉଛନ୍ତି। ଏଭଳି ଭିଡିଓ ସେୟାର କରି ଜୁଷ୍ଟ ବ୍ରୁକର୍ସ ଲେଖିଛନ୍ତି, ଦଲାଇ ଲାମା ଏକ କାର୍ଯ୍ୟକ୍ରମରେ ଜଣେ ଭାରତୀୟ ବାଳକକୁ ଚୁମ୍ବନ ଦେଉଛନ୍ତି ଏବଂ ତାଙ୍କ ଜିଭକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ପରେ ସେ ବାଳକକୁ ତାଙ୍କ ଜିଭ ଦେଖାଇ ଚୁମ୍ବନ ଦେବାକୁ କହୁଛନ୍ତି। ତେବେ ସେ ଏପରି କାହିଁକି କରିଛନ୍ତି?
So the Dalai Lama is kissing an Indian boy at a Buddhist event and even tries to touch his tongue.
He actually says "suck my tongue"
Now why would he do that?
🤔#buitenhof pic.twitter.com/ls22EUxl8S— Joost Broekers (@JoostBroekers) April 9, 2023
ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଟ୍ବିଟର ବ୍ୟବହାରକାରୀ ଏଭଳି କାମକୁ ବିରୋଧ କରି ଧର୍ମଗୁରୁଙ୍କୁ ଗିରଫ କରାଯିବା ଜରୁରୀ ବୋଲି ଦାବି କରିଛନ୍ତି। ମାତ୍ର ଏ ଖବର ଲେଖାଯିବା ପର୍ଯ୍ୟନ୍ତ ଦଲାଇ ଲାମାଙ୍କ ସଂଗଠନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।