ଅମୃତସର : ଗତକାଲି ଅମୃତସର ରାବଣପୋଡ଼ି ବେଳେ ଯେଉଁ ଭଳି ଭାବେ ଦୁର୍ଘଟଣା ଘଟିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ରାବଣପୋଡ଼ିର ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରୁ ଆଖି ପିଛୁଳାକେ ୬୦ଜଣଙ୍କ ଜୀବନ ଚାଲି ଯାଇଥିଲା। ତେବେ ଗତକାଲି ରାବଣ ପୋଡ଼ିଥିଲା, ରାବଣ ବେଶ ଧରି ଲୋକମାନଙ୍କ ମନୋରଞ୍ଜନ କରୁଥିବା ଅଭିନେତାର ବି ଏହି ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଦଲବୀର ସିଂହ ପରପାରିକୁ ଚାଲି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲିର ରାବଣ ଭୂମିକା ଦଲବୀର ସିଂହଙ୍କ ଜୀବନର ଶେଷ ଅଭିନୟ ପାଲଟିଲା। ଦଲବୀର ସିଂହ ଅମୃତସର ରାଳଲୀଳାରେ ରାବଣ ଭୂମିକାରେ ଅଭିନୟ କରିଥିଲେ । ରାବଣ ପୋଡ଼ି ସମୟରେ ସେହି ରେଳ ପଟ୍ରି ଉପରେ ଛିଡ଼ା ହୋଇ ରାବଣ ଦହନ ଦେଖୁଥିଲେ । ହଠାତ କାଳରୂପୀ ଜମ ସାଜି ଆସିଲା ଟ୍ରେନ୍ ତା’ର ଚକା ତଳେ ପେସି ହୋଇଗଲେ ସେ।
ସୂଚନା ମୁତାବକ ଦଲବୀର ସିଂହଙ୍କ ଘରେ ତାଙ୍କ ମା’, ସ୍ତ୍ରୀ ଓ ୮ମାସର ଶିଶୁ ଅଛନ୍ତି । ଏବେ ଦଲବୀରଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।