ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜଣେ ଦଳିତ ଯୁବତୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟୁଇଟ କରି ନ୍ୟାୟ ଭିକ୍ଷା ମାଗିଛନ୍ତି।

Advertisment

ଯୁବତୀ ଅଭିଯୋଗ କରି କହିଛନ୍ତି, ‘ଜଣେ ମୁସଲମାନ ଯୁବକ ନିଜ ନାମ ବଦଳାଇ ମୋତେ ତାର ଜାଲରେ ଫସାଇଛି। ମୋ ସହିତ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଛି। ଏଥିସହିତ ଏହି ସମୟର ଦୃଶ୍ୟକୁ ନିଜ ଫୋନରେ କୈଦ ମଧ୍ୟ କରିଛି। ଏହାକୁ ନେଇ ସେ ମୋତେ ଧମକ ଦେଇ, ତାର ଇଚ୍ଛାରେ ରାଜି ହେବାକୁ ବାଧ୍ୟ କରିଥାଏ। ପୁଲିସରେ ଏନେଇ ଅଭିଯୋଗ ମଧ୍ୟ କରିଛି, କିନ୍ତୁ ପୁଲିସ ଏହି ଘଟଣାର କୌଣସି ଯାଞ୍ଚ କରୁ ନାହିଁ।’

ତେଣୁ ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି କହିଛନ୍ତି, ଜଣେ ମୁସଲମାନ ଯୁବକ ନିଜର ପରିଚୟ ଲୁଚାଇ ମୋ ସହିତ ଶାରୀରିକ ସମ୍ପର୍କ ରଖି ମୋତେ ଅନ୍ତସତ୍ତ୍ବା କରିଛି। ମୁଁ ଯେତେବେଳେ ତାକୁ ଏସବୁ ଘଟଣା ବିଷୟରେ କହିଥିଲି, ସେ କହିଲା ତୋ ଅସୁବିଧା ତୁ ବୁଝ। ମୋତେ ସେ ସବୁ କିଛି ନକହିଲେ ଭଲ। କାରଣ ତୁ କିଏ ମୁଁ ଚିହ୍ନି ନାହିଁ କି ଜାଣି ନାହିଁ। ଯୁବତୀମାନଙ୍କୁ ପ୍ରେମରେ ଫସାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମୋତେ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଦୟା କରି ମୋତେ ନ୍ୟାୟ ଦେଇ ଦୋ‌ଷୀକୁ ଦଣ୍ଡ ଦିଆଯାଉ। ମୁଁ ବହୁତ କଷ୍ଟରେ ଜୀବନ କାଟୁଛି।