ଦଳିତ ବରଙ୍କ ଘୋଡ଼ା ଚଢ଼ାକୁ ବିରୋଧ କରି ମାଡ଼ ମାରିବା ମହଙ୍ଗା ପଡ଼ିଲା; ୪ ଗିରଫ

ଛତ୍ରପୁର (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ଅନ୍ତର୍ଗତ ସାତାଇ ଅଞ୍ଚଳରେ ଜନୈକ ଦଳିତ ବରଙ୍କ ଘୋଡ଼ା ଚଢ଼ାକୁ ବିରୋଧ କରିବା ୪ ଜଣ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳିତ ବରଙ୍କ ଘୋଡ଼ା ଚଢ଼ାକୁ ବିରୋଧ କରିବା ସହ ତାଙ୍କୁ ଘୋଡ଼ା ଚଢ଼ିବାରୁ ଅଟକାଇଥିବା ଅଭିଯୋଗରେ ସଂପୃକ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ୍‌।

ହସ୍ତଗତ ରିପୋର୍ଟରୁ ପ୍ରକାଶ, ସତାଇ ଅଞ୍ଚଳର ଜନୈକ ଦଳିତ ବର ବିବାହ କରିବା ପାଇଁ ବରବେଶରେ ଘୋଡ଼ା ଚଢ଼ି କନ୍ୟା ଘରକୁ ବାହାରିଥିଲେ। ତେବେ, ସଂପୃକ୍ତ ଅଞ୍ଚଳର ଯାଦବ ସଂପ୍ରଦାୟର କିଛି ବ୍ୟକ୍ତି ଏହାର ବିରୋଧ କରିଥିଲେ। ଯାଦବ ସମ୍ପ୍ରଦାୟର ସଦସ୍ୟମାନେ ଦଳିତ ବରର ଘୋଡ଼ା ଚଢ଼ାକୁ ବିରୋଧ କରି ତାଙ୍କୁ ଘୋଡ଼ା ଉପରୁ ଟାଣି ତଳେ ପକାଇ ଦେବା ସହ ନିର୍ଘାତ ମାଡ଼ ମାରିଥିଲେ। ଏହି ଘଟଣାରେ ଦଳିତ ବର ଜଣକ ଗୁରୁତର ଆହତ ହୋଇଥିଲେ। ପରେ ଦଳିତ ବରଙ୍କ ପରିବାର ବର୍ଗ ଘଟଣା ସଂପର୍କରେ ସତାଇ ପୁଲିସ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟରାର ତଦନ୍ତ କରି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର