ସାମ୍ନାକୁ ଆସିଲା ପୁଲିସର ଅସଲ ମୁଖା: ଦଳିତ ଯୁବକଙ୍କୁ ଗୁଳି କରିବା ପରେ ବାପାକୁ କହିଥିଲେ; କୌଣସି ମୁସ୍‌ଲିମ୍‌ର ନାଁ କହିଦିଅ, ୧୦ ଲକ୍ଷ ଟଙ୍କା ମିଳିବ

ନୂଆଦିଲ୍ଲୀ: ଏପ୍ରିଲ ୨, ୨୦୧୮ରେ ଭାରତ ବନ୍ଦ ସମୟରେ ମୃତ୍ୟୁବରଣ କରିଥିବା ଦଳିତଙ୍କ ସ୍ମୃତିରେ ରବିବାର ରାମଲୀଲା ମଇଦାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୃତକ ଏବଂ ଆହତ ହୋଇଥିବା ଲୋକମାନଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନେକ ପୀଡ଼ିତ ଯୋଗ ଦେଇ ସେ ସମୟର ସ୍ମୃତିକୁ ମନେ ପକାଇଥିଲେ । କାର୍ଯ୍ୟକ୍ରମରେ ପହଞ୍ଚିଥିବା ସୁରେଶ କୁମାର ମଧ୍ୟ ସେ ଦିନର ଘଟଣା ବିଷୟରେ କହିଥିଲେ ।

telegraphindia.com

ତାଙ୍କ କହିବା ଅନୁଯାୟୀ, ଭାରତ ବନ୍ଦ ସମୟରେ ପୁଲିସ ମୋ ପୁଅକୁ ଗୁଳି କରିଥିଲା । ଏହା ପରେ ସେ ମୋତେ ମିଛ କହିବା ପାଇଁ କହିଥିଲେ । କୌଣସି ମୁସ୍‌ଲିମ୍‌ର ନାଁ କହିଲେ ତୁମକୁ ୧୦ଲକ୍ଷ ଟଙ୍କା ମିଳିବ ବୋଲି କହି ପୁଲିସ କର୍ମଚାରୀ ମୋତେ ଲୋଭ ଦେଖାଇଥିଲେ । ଭାରତ ବନ୍ଦରେ ଯୋଗ ଦେଇ ମୋର ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ । ମୁଁ ଦିନ ମଜୁରିଆ ହୋଇଥିବା ବେଳେ ପୁଲିସ ଗୁଳି ବାଜିବାରୁ ସେହି ଦିନ ଠାରୁ ମୁଁ କାମ କରିବାକୁ ସକ୍ଷମ ହୋଇ ପାରୁ ନାହିଁ ବୋଲି ସୁରେଶ କହିଥିଲେ । ଏପ୍ରିଲ ୨,୨୦୧୮ରେ ହୋଇଥିବା ଭାରତ ବନ୍ଦରେ ପ୍ରାୟ ୧୩ଜଣ ଲୋକ ପ୍ରାଣ ହରାଇଥିଲେ । କିଛି ଲୋକଙ୍କର ଅପୂରଣୀୟ କ୍ଷତି ହୋଇଥିଲା । ଯାହା ପାଇଁ ରାମଲୀଲା ମଇଦାନରେ ଅନୁଷ୍ଠିତ କରାଯାଇଥିବା ବହୁଜନ ସମ୍ମାନ ମହାସଭାରେ ମୃତକ ଏବଂ ଆହତଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧିତ ଖବର