ଦଳିତଙ୍କୁ ନିସ୍ତୁକ ମାଡ଼

ଭୋପାଳ: ମଧ୍ୟପ୍ରଦେଶ ତିକମଗଡ଼ ଜିଲ୍ଲା ସ୍ଥିତ ଧର୍ମପୁର ଗ୍ରାମରେ ଜଣେ ଦଳିତଙ୍କୁ ଅତି ଅମାନବୀୟ ଭାବେ ଗାଁର ସରପଞ୍ଚ ନିସ୍ତୁକ ମାଡ଼ ମାରିଛନ୍ତି। ଦଳିତ ଯୁବକଙ୍କ ଭୁଲ୍‌ ଏତିକି ଥିଲା ଯେ ସେ ସରପଞ୍ଚଙ୍କ ଘର ଆଗରେ ମଟରସାଇକଲ୍‌ ଚଳାଇଥିଲେ। ଏନେଇ ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ପୁଲିସ ଏହି ମାମଲାରେ ଗତକାଲି ରାତିରେ ଧର୍ମପୁର ଗ୍ରାମର ସରପଞ୍ଚ ଏବଂ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର