ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଅଧୀନସ୍ଥ ଇନ୍ଦ୍ରଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ବ୍ୟକ୍ତି ଚାଷ ପାଇଁ ସମସ୍ତ ଲୋକଙ୍କ ପାଇଁ ଗାଁରେ ଥିବା ହାତପମ୍ପ୍ରୁ ପାଣି ନେବାରୁ ତାଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟ ପିଟିପିଟି ମାରି ଦେଇଛନ୍ତି। ପୁଲିସ ଅନୁଯାୟୀ ମୃତ ଯୁବକଙ୍କ ନାଁ ନାରଦ ଜାତବ। ୨୭ ବର୍ଷୀୟ ନାରଦ ତାଙ୍କ ମାଇଁ ବିଦ୍ୟା ଜାତବଙ୍କ ଘରକୁ ଆସିଥିଲେ।
ମଙ୍ଗଳବାର ସେ ତାଙ୍କ ମାଇଁଙ୍କ ଜମିରେ ଜଳସେଚନ ପାଇଁ ଗାଁରେ ଥିବା ହାତପମ୍ପ୍ ବ୍ୟବହାର କରିଥିଲେ। ଏହାକୁ ଗାଁ ମୁଖିଆ ପଦ୍ମ ସିଂହ ଧାକଡ ଏବଂ ତାଙ୍କ ପରିବାର ସଦସ୍ୟ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ ପରେ ସେମାନେ ନାରଦଙ୍କୁ ବାଡ଼ି ଏବଂ ରବର୍ ପାଇପ୍ରେ ପିଟିଥିଲେ। ପାଖରେ ଲୋକମାନେ ଠିଆ ହୋଇଥିଲେ ମଧ୍ୟ ସେମାନେ କେବଳ ଦେଖଣାହାରୀ ସାଜିଥିଲେ। ନାରଦ ଅଚେତ ହୋଇ ପଡ଼ିଯିବାପରେ ଅଭିଯୁକ୍ତମାନେ ସ୍ଥାନ ଛାଡ଼ି ପଳାଇଥିଲେ। ନାରଦଙ୍କ ସମ୍ପର୍କୀୟମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ ନେଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଏବଂ ୪ ଜଣଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/28/He0ZvqUXVMOAx2IA3SLa.jpg)