ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍ର ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍ ଅଧିକାରୀ ଦଲଜିତ ସିଂହ ଚୌଧୁରୀଙ୍କୁ ଶକ୍ତିଶାଳୀ ନ୍ୟାସନାଲ୍ ସେକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ନିଯୁକ୍ତି ସମ୍ପର୍କରେ ସୂଚିତ କରାଯାଇଛି। ଏହା ପୂର୍ବରୁ ଦଲଜିତ ସିଂହ ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ। ଏନ୍ଏସ୍ଜି ଭାରତର ଆତଙ୍କବାଦ ପ୍ରତିରୋଧ ଫୋର୍ସ ଭାବେ ପରିଚିତ। ଆତଙ୍କବାଦ ଓ ବିମାନ ଅପହରଣ ପ୍ରତିରୋଧ ଅଭିଯାନରେ ଏନ୍ଏସ୍ଜିଙ୍କୁ ନିୟୋଜିତ କରାଯାଇଥାଏ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଏନ୍ଏସ୍ଜି କମାଣ୍ଡୋଙ୍କ ଭୂମିକା ସମଗ୍ର ବିଶ୍ବରେ ପ୍ରଶଂସିତ ହୋଇଥିଲା।
ଦଲଜିତ ସିଂହ ଚୌଧୁରୀ ଏନ୍ଏସ୍ଜି ମହାନିର୍ଦ୍ଦେଶକ
/sambad/media/post_attachments/wp-content/uploads/2024/02/gdjgdjdggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)