ଲୋକସଭାରେ ଡ୍ୟାମ ସୁରକ୍ଷା ବିଲ୍‌କୁ ବିଜେଡିର ବିରୋଧ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଡ୍ୟାମ ସୁରକ୍ଷା ବିଲ୍‌କୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାଵତ ଙ୍କ ଦ୍ବାରା ଆଗତ କରାଯାଇଥିଲା। ଏହି ବିଲ୍‌କୁ ବିଜେଡି, କଂଗ୍ରେସ, ଟିଏମସି, ଡିଏମକେ ଓ ଆରଏସପି ଦ୍ବାରା ବିରୋଧ କରାଯାଇଥିଲା। ଲୋକସଭାରେ ବିଜେଡି ସାଂସଦ ଭର୍ତୃହରି ମହତାବ କହିଥିଲେ ଏଭଳି ଆଇନର ପୁନଃ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ବିଲ୍‌କୁ ୨୦୧୮ରେ ମଧ୍ୟ ବିଜେଡି ବିରୋଧ କରିଥିଲା। ଡ୍ୟାମ ସୁରକ୍ଷାର ଆବଶ୍ୟକତା ରହିଛି। କିନ୍ତୁ ଡ୍ୟାମ ସୁରକ୍ଷା ପରିଚାଳନା କିଏ କରିବ ବୋଲି ସେ ପ୍ରଶ୍ନ କରିଥିଲେ। ସରକାର ଏନେଇ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଜବାବରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ କହିଥିଲେ କେନ୍ଦ୍ର ଦ୍ବାରା ରାଜ୍ୟ ସରକାରଙ୍କ ଅଧିକାରକୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାର ପ୍ରୟାସ କରାଯାଇ ନାହିଁ। ଡ୍ୟାମ ସୁରକ୍ଷାକୁ ନେଇ ସାଧାରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। କାରଣ ୯୨ ପ୍ରତିଶତ ଡ୍ୟାମ ଗୁଡ଼ିକ ଦେଶର ଆନ୍ତଃରାଜ୍ୟ ନଦୀ ଉପରେ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର