୧୦ ଗୁଣ ବଢ଼ିବ ସଡ଼କ ଦୁର୍ଘଟଣାଜନିତ ଅନୁକମ୍ପା ରାଶି

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ପ୍ରଦାନ କରାଯାଉଥିବା ସର୍ବନିମ୍ନ ଅନୁକମ୍ପା ରାଶିକୁ ୧୦ ଗୁଣ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆୟ ଓ ବୟସ ନିର୍ବିଶେଷରେ ସଡ଼କ ଦୁର୍ଘଟଣା ଯୋଗୁଁ ସବୁଦିନ ପାଇଁ ସମ୍ପୂର୍ଣ୍ଣ ଅକର୍ମଣ୍ୟ, ସାମନ୍ୟ ଆଘାତ କିଂବା ମୃତ୍ୟୁ ହେଲେ ତାଙ୍କର ପରିବାର ବର୍ଗଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥାଏ।

ଦୀର୍ଘ ୨୪ ବର୍ଷ ପରେ ଏହି ସହାୟତା ରାଶିକୁ ବଢ଼ାଇବା ପରେ ପରିବହନ ମନ୍ତ୍ରାଳୟ କହିଛି ଯେ ଯେଉଁମାନେ ସରକାରଙ୍କ ନିର୍ଦ୍ଧାରିତ ଅନୁକମ୍ପା ରାଶି ଠାରୁ ଅଧିକ ଆଶା କରୁଛନ୍ତି ସେମାନେ ମୋଟର୍‌ ଆକ୍ସିଡେଣ୍ଟ୍‌ କ୍ଲେମ୍‌ସ୍‌ ଟ୍ରାଇବୁନାଲ୍‌ (ଏମ୍‌ଏସିଟି)ର ସହାୟତା ନେଇ ପାରିବେ।

ଖୁବ୍‌ ଶୀଘ୍ର ପ୍ରକାଶ ପାଇବାକୁ ଯାଉଥିବା ନୂଆ ନିୟମ ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା, ସମ୍ପୂର୍ଣ୍ଣ ଅକର୍ମଣ୍ୟତା କ୍ଷେତ୍ରରେ ଅବସ୍ଥାକୁ ଚାହିଁ ୫୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ରାଶି ପ୍ରତିବର୍ଷ ୫% ଲେଖାଁଏ ବଢ଼ିବ।

ସଡ଼କ ଦୁର୍ଘଟଣାରେ ବର୍ଷକୁ ୧. ୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ୫ ଲକ୍ଷରୁ ଅଧିକ ଆହତ ହେଉଛନ୍ତି।

ସମ୍ବନ୍ଧିତ ଖବର