ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଝିଅ ଦାମନ ସିଂ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଫଟୋଗ୍ରାଫରଙ୍କୁ ବାପାଙ୍କ କୋଠରୀକୁ ମୋ ମା’ଙ୍କ ଇଚ୍ଛା ବିରୁଦ୍ଧରେ ନେଇଛନ୍ତି। ସେ କହିଛନ୍ତି, 'ମା, ଫଟୋଗ୍ରାଫରଙ୍କୁ ଅନେକ ଥର କୋଠରୀରୁ ବାହାରକୁ ଯିବାକୁ କହିଥିଲେ, କିନ୍ତୁ ତାଙ୍କୁ ଅଣଦେଖା କରାଯାଇଥିଲା'।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ମାଣ୍ଡଭିଆ ଗୁରୁବାର ଦିନ ଏମ୍ସକୁ ଯାଇଥିଲେ। ତାଙ୍କ ସହିତ ଜଣେ ଫଟୋଗ୍ରାଫର ଏବଂ ଏମ୍ସ ନିର୍ଦ୍ଦେଶକ ଡ଼.ରଣଦୀପ ଗୁଲେରିଆ ମଧ୍ୟ ଥିଲେ। ଫଟୋଗ୍ରାଫର ଜଣକ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ, ଏମ୍ସ ନିର୍ଦ୍ଦେଶକ ଡ଼.ରଣଦୀପ ଗୁଲେରିଆ ଓ ମନମୋହନ ସିଂଙ୍କ ଫଟୋ ଉଠାଇଥିଲେ। ଦମନ ସିଂ କହିଛନ୍ତି ଯେ,'ଫଟୋଗ୍ରାଫରଙ୍କୁ ମନା କରିବା ପରେ ବି ସେ ଫଟୋ ଉଠାଇଥିଲେ | ମୋର ପିତାମାତା ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି | ସେ ଜଣେ ବୃଦ୍ଧ ବ୍ୟକ୍ତି, କୌଣସି ଚିଡ଼ିଆଖାନାର ଜନ୍ତୁ ନୁହଁନ୍ତି' |
/sambad/media/post_attachments/wp-content/uploads/2021/10/nm1.jpg)
ଦମନ ସିଂଙ୍କ ଅଭିଯୋଗ ପରେ କଂଗ୍ରେସ ଦଳ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ବିଜେପି ଲୋକଙ୍କ ପାଇଁ ସବୁକିଛି ଫଟୋ ଉଠାଇବା ପାଇଁ ସୁଯୋଗ ସୃଷ୍ଟି କରେ । ସେ କହିଛନ୍ତି ଯେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗୋପନୀୟତାର ଉଲ୍ଲଂଘନ ଏବଂ ପ୍ରତିଷ୍ଠିତ ପରମ୍ପରାକୁ ଏକ ଅପମାନ ଭଳି ହୋଇଛି । କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ କହିଛନ୍ତି ଯେ ଫଟୋ ଅପ୍ ମୋଦୀ ସରକାରଙ୍କ ହଲମାର୍କ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/vbk-manmohan-singh-pti.jpg)