ଅଶ୍ଳୀଳ ଗୀତରେ ନାଚ, ପରେ ଦୁଷ୍କର୍ମ

ପାଟନା, : ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ପୁଣି ଏକ ଜଘନ୍ୟ ଖବର ପଦାକୁ ଆସିଛି। ଆଶ୍ରୟସ୍ଥଳରେ ନାବାଳିକାମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ। ଝିଅମାନଙ୍କୁ ଅଶ୍ଳୀଳ ଗୀତରେ ନାଚିବାକୁ ବାଧ୍ୟ କରାଯାଉଥିଲା। ସେମାନଙ୍କୁ ମଧ୍ୟ ଅତି କ୍ଷୁଦ୍ର ପୋଷାକ ପିନ୍ଧିବାକୁ ଦିଆଯାଉଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଝିଅମାନଙ୍କୁ ଅଶ୍ଳୀଳ ଗୀତରେ ନାଚିବାକୁ ବାଧ୍ୟ କରୁଥିଲା ଏବଂ ପରେ ତା’ ଅତିଥିମାନଙ୍କ ଦ୍ବାରା ସେମାନଙ୍କୁ ଦୁଷ୍କର୍ମ କରାଯାଉଥିଲା। ଘଟଣାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ଏକ ୭୩ ପୃଷ୍ଠାର ଚାର୍ଜସିଟ୍‌ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଆର ପି ତିୱାରୀଙ୍କ ନିକଟରେ ଦାଖଲ କରିଛି। ଗତ ଡିସେମ୍ବର ୧୯ ତାରିଖରେ ବ୍ରଜେଶ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର