ଦଙ୍ଗଲ ଗର୍ଲ ଜାଇରାଙ୍କୁ ମୁଁଁ କ୍ଷମା ମାଗିଛି:ଅଭିଯୁକ୍ତ ବିକାଶ

ମୁମ୍ବାଇ: ଦଙ୍ଗଲ ଗର୍ଲ ଜାଇରା ଓ୍ଵାସିମ୍‌ଙ୍କୁ ବିମାନରେ ଅସଦାଚରଣ ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଗତକାଲି ଏହି ଘଟଣାରୁ ଅଭିଯୁକ୍ତ ବିକାଶ ସଚଦେବଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏବେ ଏହି ପ୍ରସଙ୍ଗରେ ଅଭିଯୁକ୍ତ ୩୯ ବର୍ଷୀୟ ବିକାଶ ସଚଦେବ ନିଜର ସଫେଇ ଦେଇଛନ୍ତିି।ବିକାଶ କହିଛନ୍ତି ଯେ,ସେ ନାବାଳିକା ଅଭିନେତ୍ରୀଙ୍କୁ ଜାଣିଶୁଣି ଛୁଇଁ ନାହାନ୍ତି ବା ତାଙ୍କର ସେଭଳି କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା।ବିକାଶ ଆହୁରି ବି କହିଛନ୍ତି ଯେ, ସେ ଦିଲ୍ଲୀରେ ଏକ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ ଖୁବ୍‌ କ୍ଳାନ୍ତଶ୍ରାନ୍ତ ହୋଇ ମୁମ୍ବାଇରେ ନିଜ ଘରକୁ ଫେରୁଥିଲେ। ସେ ବିମାନରେ ଖାଦ୍ୟ ଗ୍ରହଣ ନକରି କେବଳ ଶୋଇବାକୁ ଚାହୁଁଥିଲେ।ଏହି କଥାକୁ ମଧ୍ୟ ସତ ବୋଲି ମୁମ୍ବାଇ ପୁଲିସର ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି।

ବିକାଶ କହିଛନ୍ତି ଯେ,ଯେତେବେଳେ ଅଭିନେତ୍ରୀଜଣଙ୍କର କାନ୍ଧକୁ ତାଙ୍କ ପାଦ ଛୁଇଁଲା,ସେତେବେଳେ ସେ କ୍ଷମା ମାଗିଥିଲେ।ବିକାଶଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ବିକାଶ ତାଙ୍କ ମାମୁଁଙ୍କର ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ଯାଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ସେ ଦିଲ୍ଲୀ-ମୁମ୍ବାଇ ବିମାନରେ ଯାତ୍ରା କରୁଥିବାବେଳେ ଅସଦାଚରଣ ଉଦ୍ୟମର ସରବ୍ୟ ହୋଇଥିଲେ ଜାଇରା ।
ସୋମବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯାଇଛି ।ମୁମ୍ବାଇର ଏକ ମନୋରଞ୍ଜନ କମ୍ପାନିରେ ବିକାଶ ହେଉଛନ୍ତି ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ। ସେ ନିୟମିତ ବିମାନ ଯାତ୍ରା କରନ୍ତି। ଅଭିଯୁକ୍ତଙ୍କୁ ସାହାର ପୁଲିସ ଠାବ କରି ରବିବାର ସନ୍ଧ୍ୟାରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

photo-timesofindia

ଆଇପିସିର ସେକ୍‌ସନ୍‌ ୩୫୪ ଏବଂ ପିଓସିଏସ୍‌ଓ ଆଧାରରେ ସଚଦେବଙ୍କୁ ଗିରଫ କରାଯାଇଛି। ପ୍ରକାଶଯୋଗ୍ୟ କି, ଅଭିନେତ୍ରୀ ଜଣକ ଜଣେ ନାବାଳିକା। ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଭିଡିଓ ଜରିଆରେ ଜାଇରା ନିଜର ଦୁଃଖ କାହାଣୀ ବ୍ୟକ୍ତ କରିଥିଲେ।ଏହାପରେ ପୁଲିସ ଓ ତାଙ୍କ ଭିତରେ ଏକ ବୈଠକ ହୋଇଥିଲା ମୁମ୍ବାଇର ଏକ ହୋଟେଲ୍‌ରେ,ଯାହା ପ୍ରାୟ ଏକ ଘଣ୍ଟା ଯାଏଁ ଚାଲିଥିଲା।ଏଥିରେ ଜାଇରାଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର