ନୂଆଦିଲ୍ଲୀ: ଛତିଶଗଡ଼ରେ ଏକ ଅତି ଅମାନବୀୟ ଏବଂ ଲୋକଟାଙ୍କୁରା ଘଟଣା ପଦାକୁ ଆସିଛି। ଦୁଷ୍କର୍ମକୁ ବିରୋଧ କରିବାରୁ ଜଣେ ନାବାଳିକାକୁ ଅଭିଯୁକ୍ତ ଜଣକ କିରାସିନି ଢାଳି ଜାଳି ଦେଇଛି। ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାର କୋଟୱାଲି ଥାନା ଅଧୀନ ଏକ ଗ୍ରାମରେ ଗତମାସ ୩୦ ତାରିଖରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ୩୦ ବର୍ଷ ବୟସ୍କ ବବ୍ଲୁ ଭାସ୍କରକୁ ପୁଲିସ ଗିରଫ କରିଛି। ତା ବିରୋଧରେ ପୁଲିସ ଆଇପିସିର ଧାରା ୩୦୨(ହତ୍ୟା) ୫୦୬( ଆପରାଧିକ ଧମକ), ୩୫୪ ଏବଂ ପୋକ୍ସୋ ଆଇନ ଲଗାଇଛି। ଛତିଶଗଡ଼ ପୁଲିସର ବିଳାସପୁର ରେଞ୍ଜ ଆଇନ ଦୀପାଂଶୁ କାବ୍ରା ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/06/burnt-alive-fire.jpg)
ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ପରିବାର ସହ ଅଭିଯୁକ୍ତର ଶତ୍ରୁତା ଥିଲା। ଏଥିପାଇଁ ନାବାଳିକା ଘର ଭିତରକୁ ଅଭିଯୁକ୍ତ ଭାସ୍କର ଜବରଦସ୍ତ ପ୍ରବେଶ କରିଥିଲା। ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ପ୍ରଥମେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଏହାପରେ ଅଭିଯୁକ୍ତ ଜଣକ ନାବାଳିକା ଶରୀରରେ କିରାସିନି ଢାଳି ଜାଳି ଦେଇଛି। ନିଆଁ ଲଗାଇଦେବା ପରେ ନାବାଳିକା ଜଣକ ବଡ଼ ପାଟି କରି ଘରୁ ବାହାରକୁ ଦୌଡ଼ିଥିଲା। ତେବେ ଏହି ସମୟରେ ପଡ଼ୋଶୀମାନେ ତା ଦେହରୁ ନିଆଁକୁ ଲିଭାଇବା ସହିତ ତାକୁ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ଗତ ବୁଧବାର ନାବାଳିକା ଆଖିବୁଜିଛି ବୋଲି ମୁଙ୍ଗେଲି ଏସପି ଡ ଶ୍ରୱନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Girl-Burnt-By-Man-After-Opposed-For-Rape_Thumbnail.jpg)