ନୂଆଦିଲ୍ଲୀ: ଖେଳ ଦୁନିଆକୁ ନେଇ ଏଇ କିଛି ଦିନ ହେବ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ ସମେତ ଅନେକ ଫୁଟବଲ ଖେଳାଳି ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ମହିଳା କୁସ୍ତିଯୋଦ୍ଧା ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି।

Advertisment

ଏହି କ୍ରମରେ ଫୁଟବଲ ଦୁନିଆରୁ ଆଉ ଏକ ଚକିତ କରିଲା ଭଳି ଖବର ସାମ୍ନାକୁ ଆସିଛି। ବ୍ରାଜିଲର ଷ୍ଟାର ଫୁଟବଳ ଖେଳାଳି ଦାନି ଆଲଭେସଙ୍କୁ ଶୁକ୍ରବାର ଜାନୁଆରି ୨୦ ତାରିଖ ଦିନ ପୁଲିସ ଗିରଫ କରିଛି। ଦାନିଙ୍କ ବିରୋଧରେ ସ୍ପେନର ଜଣେ ମହିଳା ଯୌନ ଶୋଷଣ ଓ ଦୁଷ୍କର୍ମ ଅଭିଯୋଗ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ଡିସେମ୍ବର ୩୧ରେ ବାର୍ସିଲୋନାର ଏକ ନାଇଟ କ୍ଲବରେ ଘଟିଛି। ଦାନିଙ୍କୁ ଗିରଫ ପରେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ଉପସ୍ଥିତ ହେବାକୁ ପଡ଼ିବ। ସେଠାରେ ଯାହା ନିଷ୍ପତ୍ତି ନିଆଯିବ। କିନ୍ତୁ ଏଯାବତ ଏନେଇ କିଛି ବି କୁହାଯାଇ ପାରିବ ନାହିଁ। ୩୯ବର୍ଷର ଦାନି ଫୁଟବଳର ସବୁଠାରୁ ବଡ଼ ସଫଳ ଖେଳାଳି ମଧ୍ୟରୁ ଜଣେ ରହିଛନ୍ତି।

ଅନ୍ୟପକ୍ଷରେ ଦାନି  ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ହଁ, ମୁଁ ସେହି ସ୍ଥାନରେ ଥିଲି। ସମସ୍ତେ ଯେମିତି ମଜା କରୁଥିଲେ ମୁଁ ବି ସେମିତି ସେଠାରେ ଥିଲି। ଯେଉଁଲୋକମାନେ ମୋତେ ଜାଣନ୍ତି, ସେମାନେ ମୋତେ ଭଲ ଭାବେ ଜାଣନ୍ତି କି ନୃତ୍ୟ କରିବା ପ୍ରତି ମୋର କେତେ ଦୁର୍ବଳତା ରହିଛି। ମୁଁ ଅନ୍ୟମାନଙ୍କୁ କୌଣସି ପ୍ରକାର ଅସୁବିଧା ନପହଁଞ୍ଚାଇ ନୃତ୍ୟ କରୁଥିଲୁ। ମୁଁ ଜାଣି ନାହିଁ ସେ ମହିଳା ଜଣକ କିଏ। ମୁଁ ଜଣେ ମହିଳାଙ୍କ ସହିତ ଏମିତି କେମିତି କରି ପାରିବି।’