ତାଓ୍ଵି ନଦୀରୁ ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ପୂର୍ବର କାହାଣୀ ବଖାଣିଲେ ବାୟୁସେନା କମାଣ୍ଡୋ

ଶ୍ରୀନଗର : ହଠାତ୍‌ ଜଳସ୍ଥର ବଢ଼ିବାରୁ ଜମ୍ମୁରେ ଥିବା ତାଓ୍ଵି ନଦୀରେ ଦୁଇ ଘଣ୍ଟା କାଳ ଫସି ରହିଥିଲେ ୨ଜଣ ମାଛ ଧରାଳୀ । ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା ବାୟୁସେନା ବିମାନ । ବାୟୁସେନାର ଗରୁଡ଼ କମାଣ୍ଡୋ ହେଲିକପ୍ଟର ଏମ୍‌ଆଇ-୧୭ ସାହାଯ୍ୟରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ଉଦ୍ଧାକାରର୍ଯ୍ୟ ସମୟର ଭିଡିଓ ଓ ଫଟୋ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଉଦ୍ଧାରକାର୍ଯ୍ୟ ପୂର୍ବ ଓ ଉଦ୍ଧାରକାର୍ଯ୍ୟ ସମୟର ଅନୁଭୂତିକୁ ମନେ ପକାଇଛନ୍ତି ବାୟୁସେନା କମାଣ୍ଡୋ ସନ୍ଦିପ ସିଂହ । ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ୪ଜଣ ଯବାନଙ୍କ ହାତରେ ଥିବା ବେଳେ ୪ଜଣ ଖବର ପାଇ ତାଓ୍ଵି ନଦୀ ପାଖରେ ପହଞ୍ଚିଥିଲେ ।

ବାୟୁସେନା କମାଣ୍ଡୋ ସନ୍ଦିପ ସିଂହଙ୍କ କହିବା ଅନୁଯାୟୀ, ଆମକୁ ଏ ବିଷୟରେ ଦିନ ୧୨ଟାରେ ଖବର ମିଳିଥିଲା । ସେଠାରେ ପହଞ୍ଚିବା ପରେ ଫସିଥିବା ଲୋକ ଉଦ୍ଧାରକାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବା ସିଡ଼ି ସାହାଯ୍ୟରେ ଉପରକୁ ଆସିବାକୁ ଅକ୍ଷମ ବୋଲି ଜାଣିବାକୁ ପାଇଥିଲୁ । ଏହା ଦେଖି ଆମେ ଗରୁଡ଼ କମାଣ୍ଡୋଙ୍କ ସାହାଯ୍ୟ ନେଇଥିଲୁ । ଗରୁଡ଼ କମାଣ୍ଡୋ ଖାର୍‌ଓ୍ଵାଡ ଦୌଡ଼ି ସାହାଯ୍ୟରେ ତଳକୁ ଯିବା ସହ ଦୁଇ ମାଛଧରାଳୀଙ୍କୁ ଦୌଡ଼ି ସାହାଯ୍ୟରେ ହେଲିପ୍ଟରକୁ ଉଠାଇଥିଲେ । ମୋର ପୂରା ଟିମ୍‌ ଏହି ଉଦ୍ଧାରକାର୍ଯ୍ୟକୁ ସଫଳ କରିବାରେ ମୋତେ ସାହାଯ୍ୟ କରିଛି । ଯାହା ପାଇଁ ଆମେ ଦୁଇଟି ଜୀବନକୁ ବଞ୍ଚାଇବାରେ ସଫଳ ହୋଇଛୁ ।

ସମ୍ବନ୍ଧିତ ଖବର