ଦାର୍ଜିଲିଂ: ସୋସିଆଲ ମିଡିଆରେ ଦାର୍ଜିଲିଂର ସାଂସଦ ରାଜୁ ବିସ୍ତାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦାର୍ଜିଲିଂ ସାଂସଦ "ହର ଘର ଜଳ" ଯୋଜନାର ବିଫଳତାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳୁଛି।
ସାଂସଦ ରାଜୁ ବିସ୍ତ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଥିବା ଶୁଖିଲା କଳକୁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଉକ୍ତ କଳକୁ ସେ ଫୋନ୍ ଭାବେ ବ୍ୟବହାର କରିବାର ଅଭିନୟ କରି "ହର ଘର ଜଳ" ଯୋଜନାକୁ କଟାକ୍ଷ କରି କହିଥିଲେ, ‘ "ନମସ୍କାର ମମତା ଦିଦି, ଆପଣ ମୋର ସ୍ବର ଶୁଣିପାରୁଛ କି? ମମତା ଦିଦି, ଏହା ହେଉଛି "ହର ଘର ଜଳ" ଟ୍ୟାପ୍। ଏଥିରେ ପାଣି ନାହିଁ। ଆପଣ ମୋତେ ଶୁଣିପାରୁଛ କି? ପ୍ରତ୍ୟେକ ଘରେ ଗୋଟିଏ ଟ୍ୟାପ୍ ଅଛି, କିନ୍ତୁ ପାଣି ନାହିଁ।"
"हेलो ममता दीदी, पानी नहीं है, सुनाई दे रहा है?"
— NDTV India (@ndtvindia) October 12, 2025
दार्जीलिंग से बीजेपी सांसद राजू बिष्ट का वीडियो वायरल है, जिसमें वे पश्चिम बंगाल में 'हर घर जल योजना' की विफलता को लेकर सीएम ममता बनर्जी पर कटाक्ष करते नजर आ रहे हैं.#MamataBanerjee#RajuBistapic.twitter.com/auaZaxnd4s
ନିକଟରେ ଦାର୍ଜିଲିଂରେ ଭୂମିସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରିନାହିଁ। ବିଜେପି ସାଂସଦ ରାଜୁ ବିସ୍ତ ଦାବି କରିଛନ୍ତି କି, ‘ ଭୂସ୍ଖଳନ ଦ୍ୱାରା ବିଧ୍ୱସ୍ତ ହୋଇଥିବା ଦାର୍ଜିଲିଂର କୌଣସି ନଳରୁ ପାଣି ବାହାରୁ ନାହିଁ। ଲୋକମାନେ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ବିକଳ ହୋଇଯାଉଛନ୍ତି। ଏଭଳି ସମୟରେ ପଶ୍ଚିମବଙ୍ଗର ଲୋକମାନଙ୍କୁ "ହର ଘର ଜଳ" କେନ୍ଦ୍ରୀୟ ଯୋଜନାର ଲାଭ ଯୋଗାଇ ଦିଆଯାଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/13/untitled-8-1-2025-10-13-14-28-19.jpg)