ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ଫାର୍ମହାଉସ୍ ମ୍ୟାନେଜର ମୂଷାମରା ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଗତ ଏପ୍ରିଲ ମାସରେ ଘଟିଥିଲା ଏବଂ ଅଭିନେତାଙ୍କୁ ଚଳିତ ମାସ ପ୍ରାରମ୍ଭରେ ତାଙ୍କ ପ୍ରଶଂସକଙ୍କ ହତ୍ୟା ମାମଲାରେ ଗିରଫ କରାଯିବା ପରେ ପୁଣି ଚର୍ଚ୍ଚାକୁ ଆସିଛି। ୩୯ ବର୍ଷୀୟ ଶ୍ରୀଧର ଅବିବାହିତ ଓ ଅବସାଦଗ୍ରସ୍ତ ଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିଲା। ତଦନ୍ତ ବେଳେ ଶ୍ରୀଧରଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ପୁଲିସ ସନ୍ଦେହ କରି ନ ଥିଲା। ଜୁନ୍ ୧୧ ତାରିଖରେ ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଦର୍ଶନ ଓ ତାଙ୍କ ସହକଳାକାର ତଥା ବନ୍ଧୁ ପବିତ୍ର ଗୌଡ଼ାଙ୍କୁ ଗିରଫ କରାଯାଇଥିଲା।

Advertisment

ଅବସାଦ ସହ ଲଢୁଥିଲେ
ରେଣୁକାସ୍ବାମୀଙ୍କୁ ଅତି ନିର୍ମମ ଆକ୍ରମଣ ହୋଇଥିଲା: ବ୍ୟବଚ୍ଛେଦ ରିପୋର୍ଟ

ଜୁନ୍ ୮ ତାରିଖରେ ଚିତ୍ରଦୁର୍ଗା ଜିଲ୍ଲାରୁ ୩୩ ବର୍ଷୀୟ ଅଟୋଚାଳକ ରେଣୁକାସ୍ୱାମୀଙ୍କୁ ଗୌଡ଼ାଙ୍କୁ ଅପମାନଜନକ ମେସେଜ୍ ପଠାଇବା ପରେ ଅପହରଣ କରାଯାଇଥିଲା। ପରେ ବେଙ୍ଗାଲୁରୁର ସୁମନହଲ୍ଲୀ ବ୍ରିଜ୍ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦରୁ ଜଣାପଡିଛି ଯେ ରେଣୁକାସ୍ୱାମୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ମାଡ଼ ମାରି ତାଙ୍କର ଅଣ୍ଡକୋଷ ଫଟାଇଦେଇଥିଲେ। ମୃତ୍ୟୁ ପୂର୍ବରୁ ରେଣୁକାସ୍ୱାମୀଙ୍କୁ ବିଦ୍ୟୁତ୍ ଝଟକା ଦିଆଯାଇଥିଲା।