ନ୍ୟୁୟର୍କ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶରେ ଏକ ଅଭିନବ ଟେକନଲୋଜୀର ସଫଳ ପରୀକ୍ଷଣ କରିଛି । ଏହାର ନାମ ହେଉଛି ଡବଲ ଆଷ୍ଟ୍ରଏଡ୍ ରିଡାଇରେକ୍ସନ ଟେଷ୍ଟ (ଡାର୍ଟ) । ଏହି ଡାର୍ଟ ମିସନ ଅଧିନରେ ଏକ ମହାକାଶ ଯାନକୁ ଜାଣିଶୁଣି ଏକ ଉଲକାପିଣ୍ଡ ସହ ଧକ୍କା କରାଯାଇଥିଲା । ଏହି ଧକ୍କାର ପ୍ରଭାବ ସ୍ବରୂପ ଫୁଟବଲ ପଡ଼ିଆ ଆକୃତିର ଏହି ଉଲକାପିଣ୍ଡ ଡାଇମରଫସ୍ ନିଜ ଗତିପଥରୁ ଟିକିଏ ଘୁଞ୍ଚିଯାଇଥିଲା ।
ନାସାର ଏହି ପରୀକ୍ଷଣ ସଫଳ ହେବା ପରେ ଭବିଷ୍ୟତରେ ପୃଥିବୀ ଉପରେ କୌଣସି ଉଲକାପିଣ୍ଡ କିମ୍ବା ଧୂମକେତୁ ଧକ୍କା ହେବା ପୂର୍ବରୁ ତାହାର ଗତିପଥ ବଦଳାଇ ହେବ ।
ମହାକାଶରେ ଘୂରିବୁଲୁଥିବା ଏକ ଉଲକାପିଣ୍ଡ ଦ୍ବୟର ନାଁ ହେଉଛି ଡିଡିମସ ସିଷ୍ଟମ୍ସ । ଏହି ସିଷ୍ଟମ ଅଧିନରେ ୨ଟି ଉଲକାପିଣ୍ଡ ଅଛନ୍ତି । ବଡ଼ ଉଲକାପିଣ୍ଡର ନାଁ ଡିଡିମସ ଓ ଏହା ଚାରିପଟେ ପରିକ୍ରମା କରୁଥିବା ଏକ ଛୋଟ ଉଲକାପିଣ୍ଡର ନାଁ ହେଉଛି ଡାଇମରଫସ୍ । ଏହାର ଗତିପଥ ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରୁନଥିଲା ।
ଏହି ଧକ୍କା ଦ୍ବାରା ଧୂମକେତୁ ଉପରେ କଣ ପ୍ରଭାବ ପଡ଼ିଲା ଓ ତାହାର ଗତିପଥ କେତେ ପରିବର୍ତ୍ତନ ହୋଇଥିଲା ସେ ସମ୍ପର୍କିତ ତଥ୍ୟ ଉକ୍ତ ମହାକାଶ ଯାନ ଭୂପୃଷ୍ଠକୁ ପ୍ରେରଣ କରିଥିଲା । ଏହି ତଥ୍ୟକୁ ନାସା ଗବେଷଣାରେ ବ୍ୟବହାର କରିବ ।
ଡିଡିମସ ଧୂମକେତୁ ୧୯୯୬ ମସିହାରେ ଆରିଜୋନା ବିଶ୍ବବିଦ୍ୟାଳୟର ପ୍ରଫେସର ଜୋଏ ମଣ୍ଟାନି ଆବିଷ୍କାର କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/WhatsApp-Image-2022-09-27-at-17.45.16.jpeg)