ନୂଆଦିଲ୍ଲୀ: ଗତ ଦୀପାବଳି ଅବସରରେ ମୁସ୍ଲିମ୍ ମହିଳାମାନେ ବାରଣାସୀରେ ପ୍ରଭୁ ଶ୍ରୀରାମଙ୍କ ପାଖରେ ଆଳତି କରିବା ନେଇ ମୁସଲମାନ୍ଙ୍କ ପ୍ରଭାବଶାଳୀ ଧର୍ମପୀଠ ଦାରୁଲ୍ ଉଲୁମ୍ ଦେଓବନ୍ଦ ପକ୍ଷରୁ ଧର୍ମଗୁରୁ ସେହନାଜ୍ କାଦ୍ରି ଫତଓ୍ଵା ଜାରି କରିଛନ୍ତି। ମୁସ୍ଲିମ୍ ପୁରୁଷ ଓ ମହିଳାମାନେ ଆଲ୍ଲା ଭିନ୍ନ ଅନ୍ୟ କୌଣସି ଦେବଦେବୀଙ୍କୁ ପୂଜା କରିବା ଉପରେ ସେ ଶନିବାର ଏହି ଫତଓ୍ଵା ମାଧ୍ୟମରେ କଟକଣା ଜାରି କରିଛନ୍ତି। ଯଦି କେହି ଅନ୍ୟ କୌଣସି ଦେବତାଙ୍କୁ ପୂଜା କରେ, ସେ ଆଉ ମୁସ୍ଲିମ୍ ହୋଇ ରହିବନାହିଁ ବୋଲି କାଦ୍ରି ଚେତାଇ ଦେଇଛନ୍ତି। ପୂର୍ବରୁ ହ୍ଵାଟ୍ସଅପ୍ ଏବଂ ଫେସ୍ବୁକ୍ ପରି ସୋସିଆଲ୍ ମିଡିଆରେ ମୁସ୍ଲିମ୍ମାନେ ନିଜ ଛବି ଛାଡ଼ିବାକୁ ମଧ୍ୟ ଅଣମୁସଲମାନ କାର୍ଯ୍ୟ ବୋଲି ଉକ୍ତ ଧର୍ମପୀଠ ବିବେଚନା କରିବା ସହ ସେଥିରୁ ବିରତ ରହିବା ଲାଗି ପରାମର୍ଶ ଦେଇଥିଲା। ସେହିପରି ମୁସ୍ଲିମ୍ ମହିଳାମାନେ ନିଜ ଭ୍ରୂଲତା ସଜାଡ଼ିବାକୁ ମଧ୍ୟ ମୁସ୍ଲିମ୍ ବିରୋଧୀ ବୋଲି ଚଳିତ ମାସ ପ୍ରାରମ୍ଭରେ ଉକ୍ତ ଧର୍ମାନୁଷ୍ଠାନ ପକ୍ଷରୁ କୁହାଯାଇଥିଲା।
ଦାରୁଲ୍ ଉଲୁମ୍ ଦେଓବନ୍ଦ୍ର ଫତଓ୍ଵା
ଅନ୍ୟ କାହାକୁ ପୂଜା କଲେ ମୁସଲ୍ମାନ ହୋଇ ରହିବନି
/sambad/media/post_attachments/wp-content/uploads/2017/10/women-id-diwali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)