‘ଆରୁଷି’ଙ୍କ ନାମରେ ନାମିତ ହେବ ଦସନା ଜେଲ୍‌ ଡେଣ୍ଟାଲ କ୍ଲିନିକ୍‌

ଆହ୍ଲାବାଦ: ଉତ୍ତରପ୍ରଦେଶର ଜେଲ ମନ୍ତ୍ରୀ ଜୟ କୁମାର ସିଂହ ଜଏକି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଘୋଷଣା କରି ସେ କହିଛନ୍ତି, ଯୋଗୀ ସରକାର ଦୀପାବଳି ପରେ ଦସନା ଜେଲରେ ଥିବା ଡେଣ୍ଟାଲ କ୍ଲିନିକକୁ ଆରୁଷି ନାମରେ ନାମିତ କରିବେ। ଏହି ଡେଣ୍ଟାଲ କ୍ଲିନିକ୍‌କୁ ଆରୁଷିଙ୍କ ପିତା ଡା.ରାଜେଶ ତଲଓ୍ଵାର ଓ ନୁପୂର ତଲଓ୍ଵାର ଚଳାଇବେ ବୋଲି ଜାଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ଆରୁଷି-ହେମରାଜ ଡବଲ ମର୍ଡର କେସ୍‌ରେ ଦୋଷୀସାବ୍ୟସ୍ତ ହେବା ପରେ ତଲଓ୍ଵାର ଦମ୍ପତିଙ୍କୁ ଗାଜିଆବାଦର ଦସନା ଜେଲରେ ରଖାଯାଇଥିଲା। ଜେଲରେ ଥିବା ସମୟରେ ଡେଣ୍ଟାଲ କ୍ଲିନିକ୍‌ରେ ୧୦୦ରୁ ଊର୍ଧ୍ୱ କଏଦୀ ଓ ଅନ୍ୟମାନଙ୍କର ରାଜେଶ ତଲଓ୍ଵାର ଓ ନୁପୂର ତଲଓ୍ଵାର ଦାନ୍ତ ଚିକିତ୍ସା କରିଥିଲେ।

First Post

ଜେଲ ମନ୍ତ୍ରୀ ଜୟ କୁମାରଙ୍କ କହିବାନୁସାରେ, ତଲଓ୍ଵାର ଦମ୍ପତି ଦସନା ଜେଲରେ ଥିବା ଡେଣ୍ଟାଲ କ୍ଲିନିକ୍‌ର ନାମ ନିଜର ଝିଅ ଆରୁଷି ନାମରେ ରଖିବାକୁ ଅନୁରୋଧ କରିଥିଲେ। ତେବେ ସରକାର ଏହାକୁ ଗମ୍ଭୀରତା ସହ ନେଇଛନ୍ତି। ଜରୁରୀ ପଡ଼ିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ଜେଲ ମନ୍ତ୍ରୀ।

ଅନ୍ୟପକ୍ଷରେ ଜଏକି କହିଛନ୍ତି, ତାଙ୍କ ସରକାର ଦସନା ଜେଲରେ ଥିବା ଡେଣ୍ଟାଲ କ୍ଲିନିକ୍‌ ବନ୍ଦ କରିବାକୁ ଦେବେ ନାହିଁ, ଏହାକୁ ଚଳାଇବା ପାଇଁ ତଲଓ୍ଵାର ଦମ୍ପତିଙ୍କୁ ଠାରୁ ବି ସହାୟତା ଲୋଡିଛନ୍ତି। ସେ ଓ ତାଙ୍କ ବିଭାଗର ବରିଷ୍ଠ ଅଫିସର ୧୫ଦିନ ମଧ୍ୟରେ ତଲଓ୍ଵାର ଦମ୍ପତିଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିବେ। ସପ୍ତାହରେ ଅନ୍ତତଃ ଦୁଇଥର ସମୟ ଦେବା ପାଇଁ ରାଜେଶ ତଲଓ୍ଵାର ଓ ନୁପୂର ତଲଓ୍ଵାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର