ନୂଆଦିଲ୍ଲୀ: ଲକଡାଉନ୍ ସମୟ ଅବଧି (ମାର୍ଚ ୨୫ ରୁ ଏପ୍ରିଲ୍ ୧୪) ମଧ୍ୟରେ ଶେଷ ତାରିଖ ପଡୁଥିବା ସମସ୍ତ ସ୍ୱାସ୍ଥ୍ୟ ଏବଂ ତୃତୀୟ ପକ୍ଷ ମଟରଯାନ ବୀମା ପ୍ରିମିୟମ୍ ଦେୟର ସମୟ ସୀମାକୁ ୨୦୨୦ ଏପ୍ରିଲ୍ ୨୧ ତାରିଖଯାଏଁ ଘୁଞ୍ଚାଇ ଦିଆଯାଇଥିବା କଥା ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଅର୍ଥମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ କୋଭିଡ୍-୧୯ଜନିତ ପରିସ୍ଥିତି ଯୋଗୁଁ ସରକାର ତୃତୀୟ-ପକ୍ଷ ମୋଟର ବୀମା ପଲିସିଧାରୀ ଏବଂ ସ୍ୱାସ୍ଥ୍ୟ ବୀମା ପଲିସିଧାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।
ମାର୍ଚ ୨୫ ରୁ ଏପ୍ରିଲ୍ ୧୪ ତାରିଖ ମଧ୍ୟରେ ବକେୟା ଦେୟ ଭରିବାରେ ପଲିସିଧାରୀ ଅସମର୍ଥ ହେଲେ ମଧ୍ୟ ସ୍ୱାସ୍ଥ୍ୟ ଓ ମଟର ବୀମା ଲାପସ୍ ହେବ ନାହିଁ । ଏ ସଂକ୍ରାନ୍ତରେ ଦୁଇଟି ପୃଥକ୍ ବିଜ୍ଞପ୍ତି ଏହା ପୂର୍ବରୁ ମଧ୍ୟ ଜାରି କରାଯାଇଛି । ଅର୍ଥମନ୍ତ୍ରୀଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ ଜନତାଙ୍କ ସ୍ୱାର୍ଥ ନିମନ୍ତେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ତେଣୁ, ଏପ୍ରିଲ୍ ୨୧ ପୂର୍ବରୁ ବା ସେହିଦିନ ପଲିସିଧାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ କିମ୍ବା ମଟରଯାନ ବୀମା ପ୍ରିମିୟମ୍ ଭରି ପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ns.jpg)
