ଦତ୍ତାତ୍ରେୟ ହୋସବୋଲେ ହେଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂଆ ସରକାର୍ଯ୍ୟବାହ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ତା’ର ନୂଆ ସରକାର୍ଯ୍ୟବାହ (ସାଧାରଣ ସଂପାଦକ) ଚୟନ କରିଛି । ଦତ୍ତାତ୍ରେୟ ହୋସବୋଲେଙ୍କୁ ସଂଘ ନୂଆ ସରକାର୍ଯ୍ୟବାହ ଭାବେ ନିଯୁକ୍ତି ଦେଇଛି । ପୂର୍ବରୁ ସରକାର୍ଯ୍ୟବାହ ଥିବା ଭୈୟାଜୀଙ୍କ ସ୍ଥାନରେ ତାଙ୍କୁ ଚୟନ କରିଛି ସଂଘ । ଭୈୟାଜୀ ଯୋଶୀ ଦୀର୍ଘ ୧୨ ବର୍ଷ ହେବ ସଂଘର ସରକାର୍ଯ୍ୟବାହ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଆଜିର ବୈଠକରେ ନିଷ୍ପତ୍ତି ନେଇ ଦତ୍ତାତ୍ରେୟଙ୍କୁ ସରକାର୍ଯ୍ୟବାହ  ଭା‌ବେ ଚୟନ କରିଛି। ଦତ୍ତାତ୍ରେୟ ୨୦୦୯ରୁ ଆରଏସଏସର ସହ-ସରକାର୍ଯ୍ୟବାହ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ।

ସରକାର୍ଯ୍ୟବାହଙ୍କୁ ନେଇ ସଂଘ ଇତିହାସରେ କେବେ ଭୋଟିଂ ହୋଇନାହିଁ । ଏଥର ମଧ୍ୟ ଭୋଟିଂ ବିନା ସରକାର୍ଯ୍ୟବାହ ଭାବେ ନିର୍ବାଚିତ ହୋଇଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ ହୋସବୋଲେ କର୍ଣ୍ଣାଟକର ଶିମୋଗା ଅଞ୍ଚଳର ବାସିନ୍ଦା । ସେ ୧୯୭୩ ମସିହାରେ ସଂଘ ପରିବାରରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କର୍ଣ୍ଣାଟକ ଏବିଭିପିର ସାଂଗଠନିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ସେ ୨୦୦୨-୦୩ ପର୍ଯ୍ୟନ୍ତ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଭାବେ ଦାୟିତ୍ୱ ତୁଲାଇଥିଲେ ।

Dattatreya Hosabale is RSS's New General Secretary
News18

ସୂୂଚନା ମୁତାବକ, କରୋନା ସଂକ୍ରମଣ ପାଇଁ ଏଥର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ବିଳମ୍ବରେ ଅନୁଷ୍ଠିତ ହୋଇଛି । ଏହି ବୈଠକକୁ ସାରା ଦେଶରୁ ୫୫୦ ଜଣ ପ୍ରତିନିଧିଙ୍କୁ ଆମନ୍ତ୍ରିତ କରାଯାଇଥିଲା ।

ସମ୍ବନ୍ଧିତ ଖବର