ଦାଉଦ୍‌ର ପୁଅ ଏବେ ମୌଲାନା

ମୁମ୍ବାଇ: ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣର ମାଷ୍ଟମାଇଣ୍ଡ୍‌ ତଥା ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମ୍‌ର ପୁଅ ମୋଇନ୍‌ ନଓ୍ଵାଜ୍‌ ଏବେ ଜଣେ ମୌଲନା ପାଲଟିଛନ୍ତି। ବାପର କୃତକର୍ମକୁ ବିରୋଧ କରୁଥିବା ୩୧ ବର୍ଷୀୟ ମୋଇନ୍‌ ଏପରି ଇସ୍‌ଲାମ୍‌ ଧର୍ମଗୁରୁ ସାଜିବା ଖବର ଦାଉଦ୍‌ର ରକ୍ତଚାପ ବଢ଼ାଇଦେଇଛି। ଏ କଥା ବିଚାର ବିଭାଗ ହାଜତରେ ଥିବା ଦାଉଦ୍‌ର ଭାଇ ଇକ୍‌ବାଲ୍‌କୁ ପଚରାଉଚୁରା ବେଳେ ଜଣାପଡ଼ିଛି। ମୌଲାନା ହେବାର ଦକ୍ଷତା ରଖିଥିବା ଉଚ୍ଚଶିକ୍ଷିତ ମୋଇନ ଏବେ ମୁସ୍‌ଲିମ୍‌ଙ୍କ ପାଇଁ ଜଣେ ସମ୍ମାନାଷ୍ପଦ ବ୍ୟକ୍ତିତ୍ୱ। କରାଚିର କ୍ଲିଫ୍ଟନ ସ୍ଥିତ ପାରିବାରିକ ବାସଗୃହକୁ ସେ ତ୍ୟାଗ କରି ନିକଟ ମସଜିଦ୍‌ରେ କାଳ କାଟୁଛନ୍ତି। ଏପରିକି ମସ୍‌ଜିଦ୍‌ ପକ୍ଷରୁ ମିଳିଥିବା ବାସଭବନରେ ମୋଇନଙ୍କ ପତ୍ନୀ ଏବଂ ତିନି ସନ୍ତାନ ମଧ୍ୟ ରହୁଛନ୍ତି। ମୋଇନ୍‌ ମୁସ୍‌ଲିମ୍‌ କିଶୋରମାନଙ୍କୁ ଇସ୍‌ଲାମୀୟ ଧର୍ମବାଣୀ ସମ୍ପର୍କରେ ପଢ଼ାଉଛନ୍ତି। ଅପରପକ୍ଷେ, ଏକମାତ୍ର ପୁଅର ଏଭଳି ଅବତାର ଦେଖି ନିଜର ବିଶାଳ ଅଣ୍ଡରଓ୍ଵାର୍ଲ୍ଡ ସାମ୍ରାଜ୍ୟର ଦାୟିତ୍ୱ କିଏ ନେବ, ସେହି ଚିନ୍ତାରେ ଦାଉଦ୍‌ ମାନସିକ ଭାବେ ଭୁଶୁଡ଼ିପଡୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର