ଦୁଃଖଦ ଘଟଣା: ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବାରୁ ସାନିଟାଇଜର ପିଇ ଆତ୍ମହତ୍ୟା କଲା ଝିଅ

ବେଙ୍ଗାଲୁରୁ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪.୧୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୯୮୦ ରହିଛି। ଏହି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ହେତୁ ଦେଶରେ ହାହାକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ ଅନେକ ହୃଦୟବିଦାରକ ଘଟଣା ବି ସାମ୍ନାକୁ ଆସୁଛି। ପ୍ରତିଦିନ ଏଭଳି ଘଟଣାମାନ ଦେଖି ମନ ଏକ ପ୍ରକାର ବିଚଳିତ ହୋଇପଡ଼ୁଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବାରୁ ଝିଅ ସାନିଟାଇଜର ପିଇ ଆତ୍ମହତ୍ୟା କରିଛି। ମୃତ ଯୁବତୀଙ୍କ ନାମ ଶିବାନୀ ବୋଲି ଜଣାପଡ଼ିଛି।

Maharashtra: Corona पीड़ित मां को नहीं मिला Oxygen बेड तो बेटी ने Sanitizer पीकर दे दी जान

ସୂଚନାଯୋଗ୍ୟ, ଶିବାନୀ ନାସିକର ଦିଣ୍ଡୋରି ତହସିଲ ଅନ୍ତର୍ଗତ ଆଶେ ଗାଁରେ ତାଙ୍କ ପରିବାର ସହିତ ବସବାସ କରନ୍ତି। ହଠାତ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ସହିତ ନିଶ୍ବାସ ନେବାରେ ବି ଅସୁବିଧା ହୋଇଥିଲା। ତେଣୁ ସେ ମା’ଙ୍କୁ ଚିକିତ୍ସା ପାଇଁ ନାସିକ ରୋଡସ୍ଥିତ ବେଟକୋ କୋଭିଡ ସେଣ୍ଟରକୁ ଆଣିଥିଲେ। କିନ୍ତୁ ଶିବାନୀଙ୍କ ମା’ଙ୍କୁ ସେଠାରେ ଚିକିତ୍ସା ପାଇଁ ବେଡ କି ଅକ୍ସିଜେନ ମିଳି ନଥିଲା। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କ ମା’ଙ୍କ ପ୍ରାଣାବୟୁ ଉଡି ଯାଇଥିଲା। ଏହି ଦୁଃଖକୁ ଶିବାନୀ ସହି ନପାରି ହସ୍ପିଟାଲ ପରିସରରେ ସାନିଟାଇଜର ପିଇ ଆତ୍ମହତ୍ୟା କରିଥିଲେ।

ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୯୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୧୦,୭୭,୪୧୦ ଓ ମୃତ୍ୟୁସଂଖ୍ୟା ୨୩, ୦୧,୬୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର