ନୂଆଦିଲ୍ଲୀ: ପ୍ରତିବର୍ଷ ସେପ୍ଟେମ୍ବରର ଚତୁର୍ଥ ରବିବାରକୁ ଡଟର୍ସ ଡେ’ ବା କନ୍ୟା ଦିବସ ଭାବେ ପାଳନ କରାଯାଏ | ଚଳିତ ବର୍ଷ ଏହାକୁ ଆଜି ଅର୍ଥାତ୍ ସେପ୍ଟେମ୍ବର ୨୭ରେ ପାଳନ କରାଯାଉଛି | ଦେଶର ଝିଅମାନଙ୍କ ପାଇଁ ଏହି ଦିନ ବିଶେଷ ଅଟେ | ଆଜିର ଏହି ସ୍ବତନ୍ତ୍ର ଦିବସରେ ଅାମେ ଆପଣଙ୍କୁ ନାରୀ ଶକ୍ତି ବିଷୟରେ ଜଣାଇବୁ। ଅସମ୍ଭବକୁ ସମ୍ଭବ କରିଥିବା ଦେଶର ସେହି ୫ ସୁପୁତ୍ରୀ, ଯେଉଁମାନେ ଭରତୀୟ ସେନାରେ ନିଜକୁ ସାମିଲ କରି ନିଜ ଦକ୍ଷତା ତଥା ଜଣେ ନାରୀର ଦକ୍ଷତାକୁ ପ୍ରମାଣ କରିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା...
୧. ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ: ଶିବାଙ୍ଗୀ ସିଂଙ୍କ ଜନ୍ମ ଉତ୍ତରପ୍ରଦେଶର ବାରାଣାସୀରେ ହୋଇଥିଲା। ୨୦୧୭ରେ ଶିବାଙ୍ଗୀ ସିଂ ଭାରତୀୟ ସେନାରେ ସାମିଲ ହୋଇଥିବା ବେଳେ ଏବେ ସେ ରାଫେଲ ସ୍କ୍ବାର୍ଡନରେ ସାମିଲ ହେବାକୁ ଯାଉଛନ୍ତି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ 'ସ୍ବତନ୍ତ୍ର ପ୍ରଶିକ୍ଷଣ' ସମାପ୍ତ କରିବା ମାତ୍ରେ ବାୟୁସେନାର ଅମ୍ବାଲା ବେସରେ ଥିବା ୧୭ 'ଗୋଲ୍ଡେନ୍ ଏରୋଜ' ସ୍କ୍ବାର୍ଡନରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିବେ। ଶିବାଙ୍ଗୀ ସିଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଅଧ୍ୟୟନ କରିଛନ୍ତି।
/sambad/media/post_attachments/8b5deaf0509d2beac469f1c82f7cd29e4b3f443333e06a5cc2b717794158c0f0.jpg)
୨.ସବ୍ ଲେଫ୍ଟନାଣ୍ଟ ରୀତି ସିଂହ:ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଷ୍ଟ୍ରିମରେ ଭାରତୀୟ ନୌସେନା ଦୁଇଜଣ ମହିଳାଙ୍କୁ 'ପର୍ଯ୍ୟବେକ୍ଷକ' (ବାୟୁବାହୀ ଟେକ୍ନିସିଆନ) ଭାବରେ ମନୋନୀତ କରିଛି। ଏଥିରେ ସବ୍ ଲେଫ୍ଟନାଣ୍ଟ ରୀତି ସିଂଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଯୁଦ୍ଧ ଜାହାଜର ଡେକ୍ ରୁ କାମ କରୁଥିବା ରୀତି ସିଂ ଭାରତର ପ୍ରଥମ ମହିଳା ବାୟୁବାହୀ ଜାହାଜ ଟେକ୍ନିସିଆନ୍ ହେବେ। 'ପର୍ଯ୍ୟବେକ୍ଷକ' ଭାବରେ ସ୍ନାତକ ହାସଲ କରିବା ପରେ ତାଙ୍କୁ "ୱିଙ୍ଗ୍ସ"ଦ୍ବାରା ସମ୍ମାନିତ କରାଯାଇଛି | ୨୪ବର୍ଷୀୟ ରୀତି ସିଂଙ୍କ ଉଭୟ ପିତା ଏବଂ ଜେଜେବାପା ଭାରତୀୟ ସେନାରେ ଥିଲେ। ରୀତିଙ୍କ ପିତା ୨୦ବର୍ଷ ପର୍ଯ୍ୟନ୍ତ ଦେଶ ସେବା କରିଥିଲେ ଏବଂ ତାଙ୍କ ଜେଜେବାପା କାର୍ଗିଲ ଯୁଦ୍ଧରେ ଲଢ଼ିଥିଲେ। ରୀତି ତାଙ୍କ ପରିବାରର ଚତୁର୍ଥ ପିଢ଼ିର ପ୍ରତିରକ୍ଷା ଅଧିକାରୀ। ଉତ୍ତରପ୍ରଦେଶର ମୂଳ ବାସିନ୍ଦା ରୀତି ଗତ ୧୮ବର୍ଷ ଧରି ତାଙ୍କ ପରିବାର ସହିତ ହାଇଦ୍ରାବାଦରେ ରହୁଛନ୍ତି।
୩.ସବ୍ ଲେଫ୍ଟନାଣ୍ଟ କୁମୁଦିନି ତ୍ୟାଗି :ସବ୍ ଲେଫ୍ଟନାଣ୍ଟ କୁମୁଦିନି ତ୍ୟାଗି ରୀତି ସିଂହ ସହ ମହିଳା ବାୟୁବାହୀ ଟେକ୍ନିସିଆନ୍ ଭାବେ ମନୋନୀତ ହୋଇଛନ୍ତି, ଯିଏ ଯୁଦ୍ଧ ଜାହାଜର ଡେକ୍ ପରିଚାଳନା କରିବେ। ପୂର୍ବରୁ ନୌସେନାରେ ମହିଳା ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ୱିଙ୍ଗ ବିମାନରେ ସୀମିତ ରହିଥିଲେ। କିନ୍ତୁ ଏବେ ମହିଳାଙ୍କୁ ଯୁଦ୍ଧ ଜାହାଜର ଡେକ୍ ପରିଚାଳନା ପାଇଁ ରଖାଯାଉଛି। କୁମୁଦିନୀ ମୂଳତଃ ମିରଟର ଖାରଖୌଦାର ମୂଳ ବାସିନ୍ଦା ଏବଂ ୧୯୮୩ ପରଠାରୁ ତାଙ୍କ ପରିବାର ଗାଜିଆବାଦରେ ରହିଆସୁଛନ୍ତି | କୁମୁଦିନି ସେଣ୍ଟ ପାଲ୍ ଏକାଡେମୀରୁ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ | ପରେ ଗାଜିଆବାଦର ଏବିଇଏସ୍ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ସେଠାରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ହାସଲ କରିଥିଲେ। ହେଲେ ୨୦୧୮ରେ ସେ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ପରିବାରର ପ୍ରଥମ ମହିଳା ଯିଏକି ସୈନ୍ୟବାହିନୀରେ ଯୋଗ ଦେଇଛନ୍ତି।।
୪.ଫ୍ଲାଇଟ୍ ଲେଫ୍ଟନାଣ୍ଟ ଗୁଞ୍ଜନ ସାକ୍ସେନା: ଗୁଞ୍ଜନ ସାକ୍ସେନା ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବରେ କାର୍ଯ୍ୟ କରି ସାରିଛନ୍ତି। ୪୪ବର୍ଷୀୟ ଗୁଞ୍ଜନ ଏବେ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ସାହାସର ଗାଥା ଏବେ ଚାରିଆଡ଼େ ଚର୍ଚ୍ଚାରେ | ଗୁଞ୍ଜନ ସାକ୍ସେନା କାର୍ଗିଲ ଗାର୍ଲ ଭାବରେ ମଧ୍ୟ ଜଣାଶୁଣା, କାରଣ କାର୍ଗିଲ ସମୟରେ ଯୁଦ୍ଧ ବିମାନ ଉଡ଼ାଇଥିବା ଗୁଞ୍ଜନ ପ୍ରଥମ ମହିଳା ପାଇଲଟ ଥିଲେ। ଗୁଞ୍ଜନ ଦିଲ୍ଲୀର ହଂସରାଜ କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମହିଳା ପାଇଲଟ ନିଯୁକ୍ତି ପାଇଁ ଆଇଏଏ ପରେ ପ୍ରଥମ ଥର ପାଇଁ ଆବେଦନ କରିଥିଲେ ଏବଂ ଏସସିବି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଲଟ ଭାବରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ନିକଟରେ'ଗୁଞ୍ଜନ ସକ୍ସେନା - ଦି କାର୍ଗିଲ ଗାର୍ଲ' ଉପରେ ଏକ ବଲିଉଡ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି। ଅଭିନେତ୍ରୀ ଜାହ୍ନବୀ କପୁର ଏହି ଚଳଚ୍ଚିତ୍ରରେ ଗୁଞ୍ଜନଙ୍କ ଭୂମିକାରେ ଅଭିନୟ କରିଛନ୍ତି।
/sambad/media/post_attachments/1c8f68d597b96f83a1a5aedef86f4d2f50bc662ce23712d9335ba735fa1d9468.jpg)
୫.ଲେଫ୍ଟନାଣ୍ଟ କଲୋନେଲ୍ ମିତାଲି ମଧୁମିତା: ମିତାଲି ମଧୁମିତାଙ୍କୁ ୨୦୧୧ରେ ସେନାର ସାହସୀକ ସେବା ପଦକ ପ୍ରଦାନ କରାଯାଇଥିଲା। ଦେଶର ପ୍ରଥମ ମହିଳା ଅଧିକାରୀ ଭାବେ ତାଙ୍କୁ ସେନା ଫକ୍ଷରୁ ଏହି ପଦକ ଦିଆଯାଇଥିଲା। ୨୦୧୦ରେ ଯେତେବେଳେ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା, ସେତେବେଳେ ମିତାଲି ସେଠାରେ ପହଞ୍ଚିଥିବା ପ୍ରଥମ ସେନା ଅଧିକାରୀ ଥିଲେ। ସେତେବେଳେ ତାଙ୍କର ପାଖରେ କୌଣସି ବିଶେଷ ଅସ୍ତ୍ର ନ ଥାଇ ମଧ୍ୟ ମିତାଲି ଅବିଚଳିତ ଭାବରେ ଯୁଦ୍ଧ କରିଥିଲେ ଏବଂ ସମଗ୍ର ଅପରେସନକୁ ଆଗେଇ ନେଇଥିଲେ |