ବିବାହ ପରେ ଝିଅ ଶାଶୁ ଘରକୁ ଯାଉଥିବା ବେଳେ ଆର ପାରିକୁ ଚାଲିଗଲେ ବାପା, ଶାଶୁ ଘରେ ହେବାକୁ ଥିବା କାମ ଠିକ୍‌ରେ ହେଉ ବୋଲି ଚୁପ୍‌ ରହିଲେ ପରିବାର ଲୋକେ, ତା’ ପରେ….

ଜୋଧପୁର : ଯୋଧପୁରରେ ବିବାହ ଦିନ ଘଟିଥିବା ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଦିନରୁ ଝିଅର ବିବାହ ପାଇଁ ଅନାଇ ବସିଥିବା ବାପ ବିବାହ ପରେ ଝିଅ ଘରୁ ବିଦା ହେଉଥିବା ସମୟରେ ଆର ପାରିକୁ ଚାଲି ଯିବା ଘଟଣା ସମସ୍ତଙ୍କ ଆଖିରେ ଲୁହା ଭରି ଦେଇଛି । ବିବାହ ପରେ ଶାଶୁ ଘରେ ହେବାକୁ ଥିବା ସବୁ ରୀତିନୀତିକୁ ଝିଅ ଯେମିତି ଠିକ୍‌ ଭାବରେ କରିବ, ସେ ନେଇ ପରିବାର ଲୋକେ କନ୍ୟାକୁ ଏହି ଖବର ଜଣାଇ ନ ଥିଲେ । ବିବାହର ୩ ଦିନ ପରେ ଯେତେବେଳେ ଝିଅ ପଗ୍‌ ଫେରେ ପାଇଁ ଘରକୁ ଫେରିଥିଲେ,ସେତେବେଲେ ଘରେ ଟଙ୍ଗା ଯାଇଥିବା ଫଟୋ ଦେଖି ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଆଖି ଆଗରେ ନିଜ ବାପାଙ୍କ ଫଟୋ ଉପରେ ମାଳ ପକା ଯାଇଥିବା ଦେଖି ପ୍ରଥମେ କିଛି ବୁଝି ପାରି ନ ଥିବା ବେଳେ ପରେ ସବୁ କଥା ଜାଣି ଜୋରରେ କାନ୍ଦିବାକୁ ଲାଗିଥିଲେ । ଝିଅର କାନ୍ଦରେ ସାରା ପରିବାର ଏବଂ ପଡ଼ିଶା ଘର ଲୋକ ମଧ୍ୟ କାନ୍ଦିବାକୁ ଲାଗିଥିଲେ ।

AI News

ସୂଚନା ମୁତାବକ, ମୃତ ସୁଭାଷ ଚନ୍ଦ୍ର ନିଜ ଝିଅ ରିତୁର ବିବାହ ଜାନୁଆରି ୨୨ରେ ସ୍ଥିର କରିଥିଲେ । ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଥିବା ବେଳେ ହଠାତ୍‌ ଜାନୁଆରି ୧୭ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ଯାଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଜାନୁଆରି ୧୭-୨୦ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରହିବା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଝିଅର ବିବାହରେ ଯୋଗ ଦେବା ପାଇଁ ଘରକୁ ଫେରିଥିଲେ ସୁଭାଷ । କିନ୍ତୁ ଝିଅ ବିଦା ହେବା ପର୍ଯ୍ୟନ୍ତ ସେ ନିଜ ନିଶ୍ୱାସ ବନ୍ଦ ହେବାରୁ ରୋକି ପାରି ନଥିଲେ । ଝିଅ ଘରୁ ଯିବା ପୂର୍ବରୁ ଆର ପାରିକୁ ଚାଲି ଯାଇଥିଲେ ସୁଭାଷ ଚନ୍ଦ୍ର । ସବୁ ଜାଣି ବି ନିଜ ମୁହଁ ବନ୍ଦ କରି ନେଇଥିଲେ ପରିବାର ଲୋକେ । ଝିଅ ଯିବା ପରେ ସୁଭାଷ ଚନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର