ରେସ୍ତୋରାଁ ନେଇ ମଦ ପିଆଇ ନିଶାଗ୍ରସ୍ତ ବାପାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଲା ଝିଅ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ୨୨ବର୍ଷୀୟା ଯୁବତୀ ରେସ୍ତୋରାଁକୁ ନେଇ ନିଜ ବାପାଙ୍କୁ ଖୁଆଇପିଆଇ ସର୍ବସାଧାରଣରେ ନିଆଁ ଲଗାଇ ହତ୍ୟା କରିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ୨୨ବର୍ଷୀୟ ପିୟାଲୀ ଆଡ୍ଡୋ ନିଜ ୫୬ବର୍ଷୀୟ ବାପା ବିଶ୍ବନାଥ ଆଡ୍ଡୋଙ୍କୁ ଗତ ରବିବାର ରାତିରେ ଖୁଆଇବା ପାଇଁ ରେସ୍ତୋରାଁ ନେଇ ଯାଇଥିଲା। ସେଠାରେ ପିତାଙ୍କୁ ସେ ମଦ ପିଆଇଥିଲେ । ଏହାପରେ ଦୁହେଁ ଷ୍ଟ୍ରାଣ୍ଡରୋଡସ୍ଥିତ ଚାଡପଲ ଘାଟକୁ ଯାଇଥିଲେ।

West Bengal: Father burned to death alive by daughter know why | NewsTrack English 1
ସେଠାରେ ଥିବା ହୁଗଳି ନଦୀ କୂଳରେ ଏକ ବେଞ୍ଚରେ ବିଶ୍ବନାଥ ଶୋଇ ପଡ଼ିଥିଲେ । ବାପା ନିଘୋଡ଼ ନିଦରେ ଶୋଇ ପଡ଼ିବା ପରେ ଝିଅ ବାପାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଏହି ଘଟଣାର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ପିୟାଲୀକୁ ଗିରଫ କରିଥିଲା। ପୁଲିସ ସମ୍ମୁଖରେ ଝିଅ ନିଜ ଅପରାଧ ବି ସ୍ବୀକାର କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ ପିୟାଲି ଛୋଟବେଳେ ତାର ମା’ଙ୍କୁ ହରାଇଥିଲା। ଏହାପରେ ବାପା ବିଶ୍ବନାଥ ତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ଏହାରି ଭିତରେ ପିୟାଲୀର ବିବାହ ହୋଇଯାଇଥିଲା। ବିବାହ ପରେ ଏସବୁ ବନ୍ଦ ହୋଇଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଝିଅର ବିବାହ ବିଚ୍ଛେଦ ହୋଇଯାଇଥିଲା। ଯେଉଁଥିପାଇଁ ସେ ପୁଣି ଘରୁକୁ ଫେରି ଆସିଥିଲା। ଏହାପରେ ପୁଣି ବାପାଙ୍କ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଏହାକୁ ଆଉ ପିୟାଲୀ ସହ୍ୟ କରି ନ ପାରି ଏଭଳି ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର