ସ୍ୱାମୀ ଇଞ୍ଜିନିୟର, ଘରେ ଟିଭି,ଫ୍ରିଜ୍ ସହ ରହିଛି ସବୁ ସୁବିଧା,କିନ୍ତୁ ଶୌଚାଳୟ ନଥିବାରୁ ବିବାହର ୪ ମାସ ପରେ ମଧ୍ୟ ଶାଶୁ ଘରକୁ ଯାଇ ନାହାନ୍ତି ମହିଳା
ଗୋପାଲଗଞ୍ଜ(ବିହାର) : କିଛି ମାସ ତଳେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଭୂମି ପେଡ଼୍ନେକରଙ୍କ ଫିଲ୍ମ ‘ଟଏଲେଟ୍ ଏକ ପ୍ରେମ କଥା’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଶୌଚାଳୟର ଆବଶ୍ୟକତା କେତେ ତାହା ଦେଖା ଯାଇଥିଲା । ଏବେ ଅସଲ ଜୀବନରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଗୋପାଲଗଞ୍ଜରେ । ଏଠାରେ ଜଣେ ମହିଳା ବିବାହ କରି ସାରି ମଧ୍ୟ ୪ମାସ ହେଲା ନିଜ ବାପ ଘରେ ରହୁଛନ୍ତି । ବିବାହ ପରେ ଶାଶୁଘରେ ଶୌଚାଳୟ ନଥିବାରୁ ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଶାଶୁଘରକୁ ଯିବା ପାଇଁ ମନା କରି ଦେଇଥିଲେ । ଘରେ ଟିଭି ଏବଂ ଫ୍ରିଜ୍ ବ୍ୟବହାର କରାଯାଉଥିଲେ ମଧ୍ୟ ଶୌଚାଳୟ ନଥିବାରୁ ଏହି ଖବର ଲୋକମାନଙ୍କୁ ଅଶ୍ଚର୍ଯ୍ୟ କରିଛି । ମହିଳାଙ୍କ ସ୍ୱାମୀ ଇଞ୍ଜିନିୟର ହୋଇ ମଧ୍ୟ ଶୌଚାଳୟ କରିବାକୁ କୌଣସି ତତ୍ପରତା ଦେଖାଇ ନଥିବା କଥା ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,୪ମାସ ପର୍ଯ୍ୟନ୍ତ ବୋହୂ ଘରକୁ ଆସି ନ ଥିଲେ ମଧ୍ୟ ଶୌଚାଳୟ ତିଆରି କରିବା କଥା ଭାବି ନଥିଲେ ଶାଶୁଘର ଲୋକ । କିନ୍ତୁ ରବିବାର ସ୍ଥାନୀୟ ବିଡ଼ିଓ ମାର୍ଓ୍ଵା ଟୋଲା ଗ୍ରାମରେ ପହଞ୍ଚି ମହିଳାଙ୍କ ଶାଶୁଘର ଲୋକଙ୍କୁ ଶୌଚାଳୟର ଗୁରୁତ୍ୱ ବିଷୟରେ ଜଣାଇଥିଲେ । ଯାହା ପରେ ସେମାନେ ଶୌଚାଳୟ କରିବା ପାଇଁ ରାଜି ହେବା ସହ ନିର୍ମାଣ ପାଇଁ ନିଅଁ ଖୋଳିଥିଲେ । ଏ ଖବର ମହିଳାଙ୍କୁ ମିଳିବା ପରେ ସେ ଏବେ ଶାଶୁ ଘର ଆସିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।