ତନ୍ତ୍ର ବିଦ୍ୟାରେ ସିଦ୍ଧି ହାସଲ ପାଇଁ ଶ୍ୱଶୁରକୁ ବଳି ଚଢାଇଲା ବୋହୂ

ନୂଆଦିଲ୍ଲୀ: ତନ୍ତ୍ର ବିଦ୍ୟାରେ ସିଦ୍ଧି ହାସଲ ପାଇଁ ହତ୍ୟାକାରୀ ସାଜିଲା ବୋହୂ | ତନ୍ତ୍ର ବିଦ୍ୟାରେ ପାରଙ୍ଗମ ହେବାକୁ ଶ୍ୱଶୁରଙ୍କୁ ହତ୍ୟା କଲା ବୋହୂ | ଉତ୍ତରପ୍ରଦେଶର କୋସମ୍ବିରେ କିଛି ଏଭଳି ଘଟଣା ଘଟିଛି | ଆଉ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ପୁଲିସ ତାଙ୍କ ବୋହୂକୁ ଗିରଫ କରିଛି |

ମିଳିଥିବା ସୂଚନା ମୁତାବକ କୋସମ୍ବିରେ ଦୁଇ ଦିନ ତଳେ ଜଣେ ଦିବ୍ୟାଙ୍ଗ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା | ଘର ବାହାରେ ଶୋଇଥିବାବେଳେ ଗୁରୁବାର ରାତିରେ ଭଗବାନ ଦାସ ନାମକ ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା | ଏ ବାବଦରେ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା | ଆଉ ମୃତକଙ୍କ ବୋହୂ ଉପରେ ପୁଲିସର ସନ୍ଦେହ ହୋଇଥିଲା | ହତ୍ୟା ହୋଇଥିବା ସ୍ଥାନରେ ପୂଜା ସାମଗ୍ରୀ ମିଳିଥିବାରୁ ପୁଲିସ ବୋହୂଙ୍କୁ ଏବାବଦରେ ପଚରାଉଚୁରା କରିଥିଲା |

ମହିଳା ଜଣକ ପୁଲିସକୁ କହିଥିଲେ ଯେ ସ୍ବପ୍ନରେ ଦେବୀ ଆସି ତାଙ୍କୁ ବଳି ଚଢ଼ାଇବାକୁ କହିଥିଲେ | ଯେହେତୁ ଶ୍ୱଶୁର ଜଣକ ଅସୁସ୍ଥ ଥିଲେ ତେଣୁ ବୋହୂଙ୍କୁ ତାଙ୍କ ସେବା କରିବାକୁ ପଡିଥିଲା | ଶ୍ଵଶୁରଙ୍କ ସେବା କରିବାରୁ ତନ୍ତ୍ର ସାଧନାରେ ବାଧା ଉପୁଜୁଥିବାରୁ ଦେବୀ ଶ୍ଵଶୁରଙ୍କ ବଳି ଦେବାକୁ ସ୍ୱପ୍ନରେ କହିଥିଲେ | ତେଣୁ ତନ୍ତ୍ର ସାଧନାରେ ସିଦ୍ଧି ପାଇବାକୁ ସେ ନିଜ ଶ୍ୱଶୁରଙ୍କୁ ହତ୍ୟା କରିଥିଲେ | ପୁଲିସ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ସମ୍ବନ୍ଧିତ ଖବର