ବ୍ଲାଉଜରେ ଗଳା ଚିପି ଶାଶୁକୁ ହତ୍ୟା କଲା ବୋହୂ, ସ୍ୱାମୀ ସହାୟତାରେ ପୋଫାଡ଼ିଦେଲା ଶବ

ପୁନେ: ପ୍ରଥମେ ଶାଶୁକୁ ହତ୍ୟା ପରେ କିଛି ଦିନ ଶବକୁ ଲୁଚାଇ ରଖିଲା ବୋହୂ | ଦୁର୍ଗନ୍ଧ ହେବାରୁ ସ୍ୱାମୀ ସହାୟତାରେ ଶବ ପୋଫାଡ଼ିବାକୁ ଚେଷ୍ଟା କଲା ବୋହୂ | ମହାରାଷ୍ଟ୍ରର ପୁନେରେ କିଛି ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ପୁନେର ତାଳେଗାଓଁରେ ଥିବା ଏକ ହାଉସିଂ ସୋସାଇଟିରେ ମେ ୨୧ରେ ବୋହୂ ପୂଜା ଓ ଶାଶୁ ବେବି ସିନ୍ଧେଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା | ଆଉ ବୋହୂ ଉତ୍ୟକ୍ତ ହୋଇ ନିଜ ବ୍ଲାଉଜରେ ଶାଶୂଙ୍କର ଗଳା ଚିପି ହତ୍ୟା କରିଥିଲା |

ଏହା ପରେ ବୋହୂ ଶାଶୂଙ୍କର ମୃତଦେହକୁ ନିଜ ବାଲକୋନୀରେ ଜରିରେ ଗୁଡ଼ାଇ ରଖିଥିଲା | ତେବେ ୨ ଦିନ ପରେ ଶବରୁ ଦୁର୍ଗନ୍ଧ ବାହାରିବାରୁ ଓ ପଡୋଶୀମାନେ ଶାଶୁ କାହାନ୍ତି ବୋଲି ବାରମ୍ବାର ପଚାରିଥିଲେ | ଏହା ପରେ ୨୨ ବର୍ଷୀୟ ବୋହୂ ପୂଜା ସିନ୍ଧେ ଓ ସ୍ୱାମୀ ୨୯ ବର୍ଷୀୟ ମିଲିନ୍ଦ ପାଖରେ ଥିବା ଏକ ବୁଦାରେ ମୃତଦେହ ଫୋପାଡିବାକୁ ଯାଉଥିଲେ |

ଆଉ ଏବାବଦରେ ପଡୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଉଭୟ ପୁଅ-ବୋହୁଙ୍କୁ ଗିରଫ କରିଛି | ପୁଲିସ କହିଛି ଯେ ଏମାନଙ୍କ ନାମରେ ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଦଫା ଲାଗିଛି | ତେବେ ଏହି ଘଟଣା ପୁନେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |

ସମ୍ବନ୍ଧିତ ଖବର