ବଡ଼ ଘରର ଗୁମର: ସାଂସଦଙ୍କ ବୋହୂ ରାସ୍ତାକୁ ଆସି କାଟି ଦେଲେ ହାତ

ଲକ୍ଷ୍ନୌ : କଥାରେ ଅଛି ବଡ ଘର ବଡ଼ ଗୁମର କଥା | ଆଉ ରବିବାର ଦିନ ରାତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା | ଲକ୍ଷ୍ନୌର ମୋହନଲାଲଗଂଜରେ ବିଜେପି ସାଂସଦ ଥିବା କୌଶଳ କିଶୋରଙ୍କ ଘରେ ଚାଲିଥିବା ଫ୍ୟାମିଲି ଡ୍ରାମା ଦାଣ୍ଡରେ ପଡି ହାଟରେ ଗଡିଛି | ବାସ୍ତବରେ କୌଶଳ କିଶୋରଙ୍କ ବୋହୂ ଘର ବାହାରେ ନିଜ ହାତ କାଟିଦେଇଥିଲେ | ଆଉ ଘର ବାହାରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ | ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି |

ମିଳିଥିବା ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସେ ୫ ମିନିଟ ୧୦ସେକେଣ୍ଡର ଭିଡିଓ ଭାଇରାଲ କରିଥିଲେ | ସାଂସଦଙ୍କ ବୋହୂ ଅଙ୍କିତା ଭିଡିଓରେ କହିଥିଲେ ଯେ,’ଆୟୁଷ(ସ୍ୱାମୀ) ମୋର କିଛି ଦୋଷ ନାହିଁ, ତୁମେ ମୋ ବଂଚିବାର କାରଣ ଆଉ ରଖିନାହଁ, ତୁମେ ମୋତେ ଛାଡି ଚାଲିଗଲ, ଥରେ ବି ଭାବିଲନି ମୋର କଣ ହେବ, ତୁମ ମା’ ବିଧାୟକ ଓ ବାପା ସାଂସଦ ବୋଲି ମୋ କଥା କେହି ଶୁଣୁନାହାନ୍ତି।’

ତେବେ ସାଂସଦଙ୍କ ପୁଅ ଆୟୁଷ ମଧ୍ୟ କିଛିଦିନ ତଳେ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ‘୭ ମାସ ତଳେ ମୋର ଭେଟ ଅଙ୍କିତାଙ୍କ ସହ ହୋଇଥିଲା | ଏହା ପରେ ମୋ ଉପରେ ସେ ବିବାହ କରିବାକୁ ଚାପ ପକାଇଥିଲେ | ମତେ ବାଧ୍ୟ କରାଇ ଭିଡିଓ କରାଇଥିଲେ, ଆଉ ବାପା-ମା’ଙ୍କ ବିରୋଧରେ ଯାଇ ମୁଁ ଅଙ୍କିତାଙ୍କ ବିବାହ କରିଥିଲି।’ ତେବେ ଅଙ୍କିତା ପୂର୍ବରୁ ବିବାହିତା ହୋଇଥିବା ବେଳେ ଛଳନା କରି ତାଙ୍କୁ ବିବାହ କରିଥିବାର ଆୟୁଷ କହିଥିଲେ |

ସମ୍ବନ୍ଧିତ ଖବର