ପାକିସ୍ତାନରେ ଆଫଗାନ ରାଷ୍ଟ୍ରଦୂତଙ୍କ କନ୍ୟାଙ୍କୁ ଅପହରଣ, ନିର୍ଯ୍ୟାତନା

ଇସଲାମାବାଦ : ପାକିସ୍ତାନରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲିକିଲଙ୍କ କନ୍ୟା ସିଲସିଲା ଅଲିକିଲଙ୍କୁ କେତେକ ଅଜ୍ଞାତ ବ୍ୟକ୍ତି ଅପହରଣ କରି ନିର୍ଯ୍ୟାତନା ଦେଇଥିବା ଜଣାପଡ଼ିଛି । ଅପହରଣକାରୀମାନେ ସିଲସିଲାଙ୍କୁ ପରେ ଛାଡ଼ିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାରଦିନ ସିଲସିଲା ଘରକୁ ଫେରୁଥିବାବେଳେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିଲେ । ସେମାନେ କିଛି ଘଣ୍ଟା ଧରି ତାଙ୍କୁ ଅଟକ ରଖିବା ସହ ପ୍ରବଳ ଶାରିରୀକ ନିର୍ଯ୍ୟାତନା ଦେଇଥିଲେ । ପରେ ସେମାନେ ସିଲସିଲାଙ୍କୁ ମୁକ୍ତ କରିଦେଇଥିଲେ । ମୁକ୍ତ ହେବା ପରେ ତାଙ୍କୁ ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଆଫଗାନିସ୍ତାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ପାକିସ୍ତାନରେ ଥିବା ଆଫଗାନ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛନ୍ତି ।

ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢିଚାଲିଛି । ଗୋଟିଏ ପଟେ ପାକିସ୍ତାନ ତାଲିବାନକୁ ସହାୟତା କରୁଥିବା ଆଫଗାନିସ୍ତାନ ଅଭିଯୋଗ କରୁଥିବାବେଳେ ଅନ୍ୟପଟେ ପାକିସ୍ତାନରେ ଆଫଗାନ କୂଟନିତିଜ୍ଞମାନଙ୍କୁ ହଇରାଣ କରାଯାଉଛି ।

ସମ୍ବନ୍ଧିତ ଖବର