ଆସାମ ରାଇଫଲ୍‌ସ ମହିଳା ଦଳର ନେତୃତ୍ୱ ନେଇ ରାଜପଥରେ ପରେଡ କଲେ ବସ୍‌ କଣ୍ଡକ୍ଟରଙ୍କ ଝିଅ ମେଜର ଖୁସ୍‌ବୁ

ଗୌହ୍ଵାଟୀ: ଆସାମ ରାଇଫଲ୍‌ସର ସମସ୍ତ ମହିଳା ସଦସ୍ୟ ଥିବା ଏକ ଦଳ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଇତିହାସ ରଚିଛି। ଆସାମ ରାଇଫଲ୍‌୍‌ସ ହେଉଛି ଦେଶର ସବୁଠାରୁ ପୁରୁଣା ଅର୍ଧସୈନିକ ବଳ। ୭୦ତମ ସାଧାରଣତନ୍ତ୍ର ଦିବସରେ ରାଜପଥରେ ମହିଳାମାନେ କରିଥିବା ପରେଡ୍‌ର କମାଣ୍ଡର ସାଜିଛନ୍ତି ମେଜର୍‌ ଖୁସ୍‌ବୁ କନଓ୍ଵାର(୩୦), ଯିଏକି ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ। ତାଙ୍କ ଘର ରାଜସ୍ଥାନର ଜୟପୁରଠାରେ।

ସେ ୨୦୧୨ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଆସାମ ରାଇଫଲ୍‌ସ୍‌ରେ ନିଯୁକ୍ତି ପାଇଛନ୍ତି। ଯେଉଁଭଳି ଭାବେ ସେ ଆସାମ ରାଇଫଲ୍‌ସ ଦଳର ନେତୃତ୍ୱ ନେଇଥିଲେ ସେଥିପାଇଁ ସେ ଗର୍ଭ ଅନୁଭବ କରନ୍ତି ବୋଲି ପ୍ରକାଶ କରିଛନ୍ତି।

 

ସେ ଏକ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ କରିଛନ୍ତି ଯେ ‘ଆସାମ ରାଇଫଲ୍‌ସର ମହିଳା ଦଳର ନେତୃତ୍ୱ ନେବା ମୋ ପାଇଁ ଏକ ଗର୍ବର କଥା। ଆମେ ଏଥିପାଇଁ ବହୁ ପରିଶ୍ରମ କରିଥିଲୁ। ମୁଁ ରାଜସ୍ଥାନର ଜରେ ବସ୍‌ କଣ୍ଡକ୍ଟରଙ୍କ ଝିଅ। ଯଦି ମୁଁ ଏହି ସ୍ୱପ୍ନକୁ ପୂରା କରିପାରିଲି ତେବେ ସବୁ ଝିଅ ତାଙ୍କ ସ୍ୱପ୍ନ ସାକାର କରିପାରିବେ।’

ସମ୍ବନ୍ଧିତ ଖବର