୨୦୦୫ ପୂର୍ବରୁ ଜନ୍ମ ହୋଇଥିଲେ ବି ପିତାଙ୍କ ସଂପତ୍ତିରେ ଝିଅର ସମାନ ଅଧିକାର ରହିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଝିଅକୁ ପିତାଙ୍କ ସଂପତ୍ତିର ସମାନ ଭାଗ ମିଳିବ ବୋଲି ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଦେଇଛନ୍ତି । ଏପରିକି ୨୦୦୫ର ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ ଲାଗୁ ହେବା ପୂର୍ବରୁ ଯଦି ଦାବିଦାରଙ୍କ ମୃତ୍ୟୁ ହୋଇଛି, ସେ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର । ଆଜି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ସୁପ୍ରିମକୋର୍ଟର ଏକ ତିନିଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

୨୦୦୫ର ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନରେ ଏହି ବ୍ୟବସ୍ଥା ଥିଲେ ମଧ୍ୟ ତାହା ପିଛିଲା ଭାବେ ଲାଗୁ ହେବ କି ନା, ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ନଥିଲା । ଏହାକୁ ଆଜି ସୁପ୍ରିମକୋର୍ଟ ଦୂର କରି କହିଛନ୍ତି ଯେ ଏହା ୨୦୦୫ ପୂର୍ବରୁ ମଧ୍ୟ ମଧ୍ୟ ଲାଗୁ ହେବ । ଅର୍ଥାତ ୨୦୦୫ ପୂର୍ବରୁ ଯଦି ଦାବିଦାରଙ୍କ ମୃତ୍ୟୁ ହୋଇଛି, ସେ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର ।

ଏହି ରାୟ ଶୁଣାଇ ଖଣ୍ଡପୀଠ କହିଛନ୍ତି ଯେ ସାରା ଜୀବନ ପାଇଁ ପିତାଙ୍କ ଆଗରେ ପୁଅ ଓ ଝିଅ ସମାନ ସ୍ନେହ ପାଇଥାନ୍ତି । ସେହିପରି ସେମାନେ ସଂପତ୍ତିର ମଧ୍ୟ ସମାନ ଭାଗ ପାଇବା ଉଚିତ । ପିତା ମୃତ୍ୟୁବରଣ କରିଥିଲେ ମଧ୍ୟ ଝିଅ ନିଜ ଅଧିକାର ପାଇବ । ଦେଶରେ ୨୦୦୫, ସେପ୍ଟେମ୍ବର ୯ରେ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ ଲାଗୁ ହୋଇଥିଲା ।

ସମ୍ବନ୍ଧିତ ଖବର