ସୁରକ୍ଷା କର୍ମୀଙ୍କ ଅଧିକାରର ହନନ ନେଇ ୨ ସେନା ଅଧିକାରୀଙ୍କ କନ୍ୟା କରିଥିବା ମାମଲା ବିଚାର ପାଇଁ ଗ୍ରହଣ କରିବା ସହ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ମୁତୟନ ଥିବା ସୁରକ୍ଷା ବଳର କର୍ମୀମାନେ କାର୍ଯ୍ୟରତ ଥିବା ଅବସ୍ଥାରେ ସେମାନଙ୍କ ଉପରକୁ ସଂଘବଦ୍ଧ ଭାବେ ପଥର ଫୋପଡ଼ା ଯାଇ ଯେପରି ଭାବେ ସେମାନଙ୍କ ଅଧିକାରର ହନନ କରାଯାଉଛି ସେଥିରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ।

ଏଥିସହ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏସଂପର୍କିତ ଆଗତ ଏକ ଯାଚିକାର ଶୁଣାଣି କରି ଏସମ୍ପର୍କରେ କେନ୍ଦ୍ର ସରକାର, ପ୍ରତିରକ୍ଷା ବିଭାଗ, ଜମ୍ମୁ- କଶ୍ମୀର ସରକାର ଏବଂ ମାନବ ଅଧିକାର ସୁରକ୍ଷା କମିଶନଙ୍କ ଉପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସିଆରପିଏଫ୍‌ର ଜନୈକ ଅବସରପ୍ରାପ୍ତ ନାଏବ ସୁବେଦାରଙ୍କ ୨୦ ବର୍ଷ ବୟସ୍କା କନ୍ୟା କାଜଲ୍‌ ମିଶ୍ର ଓ ବର୍ତ୍ତମାନ ସେନା ବାହିନୀରେ ଲେଫଟନାଣ୍ଟ କର୍ଣ୍ଣେଲ ଥିବା କେଦାର ଗୋଖ୍‌ଲେଙ୍କ ୧୯ ବର୍ଷ ବୟସ୍କା କନ୍ୟା ପ୍ରୀତି କେଦାର ଗୋଖ୍‌ଲେ ମିଳିତ ଭାବେ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ଆଗତ ଯାଚିକାରେ ସେମାନେ ଜମ୍ମୁ- କଶ୍ମୀରରେ ମୁତୟନ ଥିବା ସୁରକ୍ଷା ବଳର କର୍ମୀମାନେ କାର୍ଯ୍ୟରତ ଥିବା ଅବସ୍ଥାରେ ସେମାନଙ୍କ ଉପରକୁ ସଂଘବଦ୍ଧ ଭାବେ ପଥର ଫୋପଡ଼ା ଯାଇ ସେମାନଙ୍କ ମାନବିକ ଅଧିକାରର ହନନ କରାଯାଉଛି ବୋଲି ଅଭିଯୋଗ କରିବା ସହ ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାକୁ ଗ୍ରହଣ କରିବା ସହ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର