ନୌସେନା ପାଇଁ ଭାରତ କିଣିବ ୧୩୫ଟି ଲଢୁଆ ହେଲିକାପ୍ଟର

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭାରତର ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ପ୍ରାୟ ୪୬ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଆଜି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଏସି ବୈଠକରେ ଏହି ମଂଜୁରୀ ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ବାହିନୀ ଅର୍ଥାତ ସେନା, ନୌସେନା ଓ ବାୟୁସେନା ଅନେକ ଦିନ ଧରି ଏସବୁ ସାମଗ୍ରୀ ଲାଗି ଦାବି କରିଆସୁଥିଲା । କିଣାହେବାକୁ ଥିବା ସାମଗ୍ରୀ ମଧ୍ୟରେ ରହିଛି ଭାରତୀୟ ନୌସେନା ପାଇଁ ୧୧୧ଟି ୟୁଟିଲିଟି ହେଲିକାପ୍ଟର । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ । ଅନ୍ୟପକ୍ଷରେ ଭାରତୀୟ ସେନା ପାଇଁ ମୋଟ ୩୩୬୪ କୋଟି ଟଙ୍କା ମୂଲ୍ୟର ୧୫୦ଟି ୧୫୫ ଏମଏମ ଆଡଭାନ୍ସଡ ଟାଓ୍ଵାରଡ ଆର୍ଟିଲାରୀ ଗନ, ୨୪ଟି ଆଣ୍ଟି ସବମେରିନ ମଲଟି ରୋଲ ହେଲିକାପ୍ଟର, ୧୪ଟି ସର୍ଟ ରେଞ୍ଜ ମିସାଇଲ ସିଷ୍ଟମ ମଧ୍ୟ ଖରିଦ କରାଯିବ ।

ସମ୍ବନ୍ଧିତ ଖବର