ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଫେରିବାରୁ ପ୍ରାୟ ଦୁଇ ଦଶନ୍ଧି ହେବ ପାକିସ୍ତାନରେ ଆତ୍ମଗୋପନ କରିଥିବା ଅଣ୍ଡର୍ଓ୍ଵାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ ଖୁବ୍ ଡରି ଯାଇଥିବା କଥା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ୨୦୧୪ ପରେ ଦାଉଦ ଓ ତା’ର ସହଯୋଗୀମାନଙ୍କ ବିରୋଧରେ ମୋଦି ସରକାର ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ସେ ଆତ୍ମଗୋପନ କରିବାକୁ ବାଟ ପାଇ ନ ଥିଲା।
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ ହେଲେ ତା’ର ଭଲ ସମୟ ଆସିବ ବୋଲି ଆଶାବାଦୀ ଥିଲା। ଶୁଣାଯାଉଛି ଯେ ମୋଦିଙ୍କ ଐତିହାସିକ ବିଜୟ ଯୋଗୁଁ ଦାଉଦ୍ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ଏବଂ ନିଜୟ ଭୟ ବ୍ୟକ୍ତି କରିବାକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର କିଛି ବରିଷ୍ଠ ଅଧିକାରୀଙ୍କୁ ଡାକି ଏକଥା ଜଣାଇଛି। ଗୁରୁବାର ଦିନ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଅଳ୍ପ ସମୟ ପରେ ପଳାତକ ଡନ୍ ଆଇଏସ୍ଆଇ ଅଧିକାରୀଙ୍କୁ ସାକ୍ଷାତ୍ କରିଥିଲା।
ଆଇଏସ୍ଆଇ ଓ ପାକିସ୍ତାନ ସେନା ଅଧିକାରୀଙ୍କ ସହ ବୈଠକରେ ଦାଉଦ ମୋଦି ବର୍ଦ୍ଧିଷ୍ଣୁ ଜନପ୍ରିୟତା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ୍ ସହ ତାଙ୍କର ସମ୍ପର୍କ ଦୃଢ଼ତର ହେବା କଥାରେ ଚିନ୍ତା ବ୍ୟକ୍ତ କରିଥିଲା। ଭାରତୀୟ ନିରାପତ୍ତା ଏଜେନ୍ସିଙ୍କ ଠାରୁ ତାଙ୍କୁ ନିରାପଦ ରଖିବାକୁ ଦାଉଦ ଆଇଏସ୍ଆଇ ଏବଂ ପାକିସ୍ତାନ ସେନାକୁ ନିବେଦନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/dawood.jpg)