କରୋନାରେ ଦାଉଦ୍‌ର ମୃତ୍ୟୁ ଗୁଜବ

ଇସଲାମାବାଦ୍ : ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର କରୋନା‌ରେ ମୃତ୍ୟୁ ହୋଇଯାଇଛି ବୋଲି ଏବେ ସୋ‌ସିଆଲ ମିଡିଆରେ ଖବର ପ୍ରସାରିତ ହୋଇଛି। କିନ୍ତୁ ଏହା କେତେଦୁର ସତ ତାହା ଜଣାପଡ଼ିନି। କାରଣ ପୂର୍ବରୁ ଅନେକ ଥର ଦାଉଦ୍‌ର ମୃତ୍ୟୁ ଗୁଜବ ପ୍ରସାରିତ ହୋଇଥିଲା। ଦାଉଦ୍‌ ଏବଂ ତା’ ପତ୍ନୀ କ‌ରୋନା ସଂକ୍ରମିତ ହୋଇଛନ୍ତି ବୋଲି ଗତକାଲି ଖବର ଆସିଥିଲା। ସେମାନେ କରାଚିର ଏକ ସାମରିକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା କୁହାଯାଇଥିଲା। କିନ୍ତୁ ଦାଉଦ୍‌ର ଭାଇ ଅନିସ୍‌ ଇବ୍ରାହିମ୍‌ ଏହାକୁ ଖଣ୍ଡନ କରିଛି। ଦାଉଦ୍‌ କିମ୍ବା ତା’ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନାରେ ସଂକ୍ରମିତ ହୋଇନାହାନ୍ତି ବୋଲି ସେ କହିଛି। ତେବେ ଆଜି ସକ‌ାଳେ ପୁଣିଥରେ ଦାଉଦ୍‌ର ମୃତ୍ୟୁ ହୋଇଥିବା ଖବର ସୋ‌ସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର