ଦାଉଦ ଇବ୍ରାହିମ ପାକିସ୍ତାନରେ ଲୁଚିଥିବା ନେଇ ଭାରତକୁ ମିଳିଲା ଠୋସ୍ ପ୍ରମାଣ

ନୂଆଦିଲ୍ଲୀ: କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମ ପାକିସ୍ତାନରେ ଲୁଚିଥିବାନେଇ ଭାରତକୁ ଠୋସ୍ ପ୍ରମାଣ ମିଳିଛି ।ଭାରତର ଗୁଇନ୍ଦା ସଂସ୍ଥାକୁ ଦାଉଦର ଏକ ଫଟୋ ମିଳିଛି, ଯେଉଁଥିରେ ସେ ସୁସ୍ଥ ଥିବା ଦେଖାଯାଉଛି । ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲା ଯେ, ଦାଉଦର ଆଣ୍ଠୁରେ ଯନ୍ତ୍ରଣା ଲାଗିଛି । ସେ ରୋଗୀ ଭାବରେ ବେଡରେ ଶୋଇଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଦାଉଦ କରାଚିସ୍ଥିତ କ୍ଲିଫଟନ ହାଉସ ବଙ୍ଗଳାରେ ରହୁଛି ଓ ପତ୍ନୀ ମେହଜବୀନ ଓ ତାଙ୍କର ପୁଅ ମୋଇନ ନୱାଜ ସହିତ ସଂପର୍କରେ ରହିଛି ।

photo-indiatoday

ଏଠାରେ ସୂଚନାଯୋଗ୍ୟ ଯେ ଭାରତ ଯେତେବେଳେ ବି ପାକିସ୍ତାନରୁ ଦାଉଦ ଇବ୍ରାହିମକୁ ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଉଛି, ସେତେବେଳ ପାକିସ୍ତାନ ଦାଉଦ ତାଙ୍କର ଦେଶରେ ନାହିଁ ବୋଲି କହିଆସୁଛି । ମୁମ୍ବାଇରେ ୧୯୯୩ରେ ହୋଇଥିବା କ୍ରମାଗତ ବିସ୍ଫୋରଣର କୁଖ୍ୟାତ ଅପରାଧୀ ଦାଉଦ ବିଗତ ୨୫ ବର୍ଷ ହେବ ଫେରାର ଅଛି । ସେ ପାକିସ୍ତାନରେ ରହି ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରୁଛି । ମାତ୍ର ପାକିସ୍ତାନର ମିଛ ପୁଣି ଥରେ ଧରାପଡ଼ିଛି ।

ସମ୍ବନ୍ଧିତ ଖବର