ଏକମାତ୍ର ପୁଅର ମୌଲବୀ ହେବା ନିଷ୍ପତ୍ତିରେ ଦୁଃଖୀ ଦାଉଦ

ଥାନେ: ଫେରାର୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ କସ୍କର ନିଜର ବନ୍ଧୁକ ଓ ଲୋକବଳ ସାହଯ୍ୟରେ ସମଗ୍ର ବିଶ୍ୱରେ ଭୟ ସୃଷ୍ଟି କରାଉଥିବା ବେଳେ ନିଜର ପାରିବାରିକ ସମସ୍ୟା ନେଇ ଏବେ ସେ ଟିକେ ଦୁଃଖୀ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଅସୁବିଧାଟା ରହିଛି ତାଙ୍କର ତୃତୀୟ ସନ୍ତାନ ଅର୍ଥାତ ଏକମାତ୍ର ପୁଅ ମଇନ ନଓ୍ଵାଜ ଡି. କସ୍କର(୩୧) ନିକଟରେ। ତେବେ, ଦାଉଦଙ୍କ ଦୁଃଖର କାରଣ ହେଉଛି ତାଙ୍କର ଏକମାତ୍ର ପୁତ୍ର ମୁସ୍‌ଲିମ୍‌ ଧର୍ମ ଗୁରୁ ଅର୍ଥାତ ମୌଲବୀ ହେବାକୁ ଚାହାନ୍ତି।

ଦାଉଦଙ୍କ ଅଣସାମାଜିକ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରନ୍ତି ନଓ୍ଵାଜ। ବାପାଙ୍କର ଅନୈତିକ କାର୍ଯ୍ୟକଳାପ ପାଇଁ ସାରା ବିଶ୍ୱରେ ନିଜ ପରିବାରକୁ ନେଇ ଅନ୍ୟ ରକମର ଏକ ପରିଚୟ ସୃଷ୍ଟି ହେଉଥିବାରୁ ନଓ୍ଵାଜ ଖୁବ୍‌ ଦୁଃଖୀ ରହୁଥିଲେ। ଏଠାରେ ଜଣାଇ ଦେଉଛୁ କି, ଦାଉଦ୍‌ଙ୍କ ସାନ ଭାଇ ଇକ୍‌ବଲ୍‌ ଇବ୍ରାହିମ୍‌ କସ୍କରଙ୍କ ନାମରେ ମଧ୍ୟ ଅପରାଧୀକ ମାମଲା ରହିଛି। ସେ ଗତ ସେପ୍ଟମ୍ବରରେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ଦାଉଦ୍‌ଙ୍କର ଅନ୍ୟ ଜଣେ ଭାଇ ମଧ୍ୟ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ଥିବା ସୂଚନା ରହିଛି। ମାତ୍ର ଦାଉଦଙ୍କ ପୁତ୍ର ନଓ୍ଵାଜ ତାଙ୍କ ବାପା, ଦାଦାଙ୍କଠାରୁ ଟିକେ ଭିନ୍ନ।

ତେବେ, ସୂଚନା ରହିଛି ଯେ ଦାଉଦ ନିଜ ଘର ପାଖରେ ଥିବା ଏକ ମସ୍‌ଜିଦ୍‌ରେ ତାଙ୍କର ପତ୍ନୀ ଏବଂ ୩ ପିଲାଙ୍କୁ ନେଇ ରହନ୍ତି। ମସ୍‌ଜିଦ୍‌ ପରିଚାଳନା ପକ୍ଷରୁ ତାଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି। ନଓ୍ଵାଜ ଜଣେ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ର। ସେ ପୂର୍ବରୁ ତାଙ୍କ ବାପା ଦାଉଦ୍‌ଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଥିଲେ। ମାତ୍ର ନଓ୍ଵାଜ୍‌ଙ୍କର ହଠାତ ମୌଲବୀ ହେବା ନିଷ୍ପତ୍ତିରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ଦାଉଦ।

ସମ୍ବନ୍ଧିତ ଖବର