ଦାଉଦ ଇବ୍ରାହିମ ପାକିସ୍ତାନରେ, ମାସକୁ ଭାଇ ଓ ଭଉଣୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପଠାଉଛି

ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ ଏବେ ପାକିସ୍ତାନରେ ଅଛି ଏବଂ ସେଠାରୁ ଭାରତରେ ଥିବା ତା’ର ଭାଇ-ଭଉଣୀମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପଠାଉଛି। ଏନ୍‌ସିବି ନେତା ନୱାବ ମଲିକଙ୍କ ବିରୋଧରେ ଥିବା ମନି ଲଣ୍ଡ୍ରିଂ ମାମଲାର ଜଣେ ସାକ୍ଷୀ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ କହିଛନ୍ତି ଯେ ଦାଉଦ୍‌ ତା’ ଲୋକଙ୍କ ଦ୍ବାରା ସେମାନଙ୍କ ନିକଟକୁ ଟଙ୍କା ପଠାଉଥିବା ପ୍ରମାଣ ରହିଛି ଏବଂ ସେ ନିଜେ ପ୍ରତି ମାସରେ ୧୦ ଲକ୍ଷ ପାଉଥିବା ଦାବି କରିଛି। ଏହି ମାମଲାର ସମସ୍ତ ସାକ୍ଷୀ କହିଛନ୍ତି ଯେ ଦାଉଦ୍‌ ପାକିସ୍ତାନରେ ଅଛି ଏବଂ ନିୟମିତ ବ୍ୟବଧାନରେ ଟଙ୍କା ପଠାଉଛି। ଦାଉଦର ପତ୍ନୀ ମେହଜାବିନ୍‌, ୪ ଝିଅ ଏବଂ ଗୋଟିଏ ପୁ୍ଅ ଅଛନ୍ତି। ଦାଉଦ୍‌ର ପୁଅ ନାଁ ମୋଇନ୍‌। ତା’ର ସମସ୍ତ ଝିଅ-ପୁ୍ଅ ବାହା ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର