‘ଡି’ କମ୍ପାନୀ କୋର୍ଡ: ‘ଚପ୍ପଲ’ମାନେ ହତିଆର ‘ଡବ୍ଦା’ ଅର୍ଥ ପୋଲିସ୍‌ ଗାଡ଼ି

ନୂଆଦିଲ୍ଲୀ: ଅଣ୍ଡରଓ୍ଵାଲ୍‌ର୍ଡ ଡନ୍‌ ଦାଉଦ୍‌ ଇବ୍ରାହୀମ୍‌ଙ୍କ ଭାଇ ଇକଓ୍ଵାଲ କାସକରଙ୍କୁ ବେଆଇନ୍‌ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି । ଠାଣେ ପୋଲିସ ତାଙ୍କୁ ଗିରଫ କରିଛି। ସବୁବେଳେ ବିବାଦରେ ରହୁଥିବା ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା ମୁମ୍ବାଇର ନାଗପଡା ଅଞ୍ଚଳରୁ କାସକରଙ୍କୁ ଗିରଫ କରିବାରେ ସଫଳ ହେବା ପରେ ଏବେ ତାଙ୍କ ମାଧ୍ୟମରେ ବହୁ ତଥ୍ୟ ସାମ୍ନାକୁ ଆସୁଛି ।

କାସକରଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କଠାରୁ ‘ଡି’ କମ୍ପାନୀର ଅନେକ ଅଜଣା ତଥ୍ୟ ହାସଲ କରିଛି । ଅଣ୍ଡରଓ୍ଵାଲ୍‌ର୍ଡ ଡନ୍‌ ଦାଉଦ୍‌ ଇବ୍ରାହୀମ୍‌ ଅନେକ କ୍ଷେତ୍ରରେ କୋର୍ଡ ଓ୍ଵାଡ୍‌ ବ୍ୟବହାର କରୁଥିଲେ । ଯେମିତିକି ‘ଚପ୍ପଲ’ରମାନେ ଗୋଳାବାରୁଦ ବା ହତିଆର ଥିଲା । ସେହିପରି କରାଚୀର କୋର୍ଡ ରହିଥିଲା ଦିଲ୍ଲୀ, ‘ଡବ୍ଦା’ରମାନେ ପୋଲିସ୍‌ ଭ୍ୟାନ୍‌ ଓ ଦାଉଦ୍‌ଙ୍କ ନାଁ ପାଇଁ ‘ବଡେ’ ଶବ୍ଦର ବ୍ୟବହାର କରାଯାଇ ପାପ ସାମ୍ରାଜ୍ୟ ମାଡ଼ି ଚାଲିଥିଲା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର